ETV Bharat / bharat

କୋରୋନା ଭାଇରସ ବାବଦରେ ଭୁଲ୍‌ ତଥ୍ୟ ପ୍ରସାରକୁ ରୋକିବା ଲାଗି ଉଦ୍ୟମ: ସୋଶିଆଲ୍‌ ମିଡିଆ ସଂସ୍ଥା - coronavirus misinformation

ଯେଉଁ ଲୋକ ସହ ଆପଣ ଏକାଠି ରହୁଥିଲେ, ଯେଉଁ ଗୋଷ୍ଠୀ, ପଡ଼ୋଶୀ ବା ସମ୍ପ୍ରଦାୟ ସେ ବି ଆମ ବିଲୟର କାରଣ ହୋଇପାରେ । ଏହି ନୂଆ କୋରୋନା ଭାଇରସ୍‌ ସଂକ୍ରମଣରେ ଏହା ସ୍ପଷ୍ଟ ହୋଇଛି । ତେଣୁ କୋରୋନା ଭାଇରସ ବାବଦରେ ଭୁଲ୍‌ ତଥ୍ୟ ପ୍ରସାରକୁ ରୋକିବା ଲାଗି ଉଦ୍ୟମ କରିଛି ସୋଶାଲ୍‌ ମିଡିଆ ସଂସ୍ଥା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଭାଇରସ ବାବଦରେ ଭୁଲ୍‌ ତଥ୍ୟ ପ୍ରସାରକୁ ରୋକିବା ଲାଗି ଉଦ୍ୟମ

author img

By

Published : Apr 4, 2020, 5:19 PM IST

ହାଇଦ୍ରାବାଦ: ଆମେ ଜଣେ ଜଣେ ସାମାଜିକ ପ୍ରାଣୀ । ନିଜର ଅସ୍ତିତ୍ଵ ପଇେଁ ଆମେ ଅନ୍ୟର ସହଯୋଗ ଖୋଜୁ, ଏକାଠି ରହିବାକୁ ପସନ୍ଦ କରୁ । କାହିଁ କେଉଁ କାଳରୁ ଆମେ ବଡ଼ ହେଉ ବା ଛୋଟ ଗୋଷ୍ଠୀରେ ରହି ଆସିଛୁ । କିନ୍ତୁ ସମୟ ବଦଳିଛି । ଆମକୁ ବି ବଦଳିବାକୁ ବାଧ୍ୟ କରିଛି । କାରଣ ଯେଉଁ ଲୋକ ସହ ଆପଣ ଏକାଠି ରହୁଥିଲେ, ଯେଉଁ ଗୋଷ୍ଠୀ, ପଡ଼ୋଶୀ ବା ସମ୍ପ୍ରଦାୟ ସେ ବି ଆମ ବିଲୟର କାରଣ ହୋଇପାରେ । ଏହି ନୂଆ କୋରୋନା ଭାଇରସ୍‌ ସଂକ୍ରମଣରେ ଏହା ସ୍ପଷ୍ଟ ହୋଇଛି । ଏହା ଆମକୁ ବାସ୍ତବତା ଦେଖାଇଛି ଯେ ମଣିଷର ଶକ୍ତି ଯାହାକୁ ନେଇ ସେ ପ୍ରକୃତିକୁ ନିୟନ୍ତ୍ରଣ କରୁଛି ବୋଲି ଗର୍ବ କରୁଥିଲା ତାହା ତୁଚ୍ଛ । ଯଦି ପ୍ରକୃତି ମା’ ଚାହେଁ ତବେ ତା’ ଆଗରେ ତୁମେ ଆଣ୍ଠେଇବାକୁ ବାଧ୍ୟ ।

ଆମେ ଆମର ସାମାଜିକ ବନ୍ଧନ, ଗୋଷ୍ଠୀ ଏକତା ପାଇଁ ସବୁବେଳେ ଗର୍ବ କରୁ । ଆମ ଭିତରେ ଯେଉଁ ଭାଇଚାରା ସୃଷ୍ଟି ହୋଇଛି ତାହାକୁ ଆମେ ସବୁଠାରୁ ବଡ଼ ଶକ୍ତି ଭାବେ ଅଭିହିତ କରୁ । କିନ୍ତୁ କୋଭିଡ୍‌୧୯ ତାହାକୁ ବି ଆମଠୁ ଅପହରଣ କରିନେଇଛି । ଯେତେବେଳେ କୋରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ସାରା ବିଶ୍ଵ ତାଲାବନ୍ଦୀ ଏବଂ ସାମାଜିକ ଦୂରତ୍ଵ ରକ୍ଷାକୁ ଗୁରୁତ୍ଵ ଦେଉଛି ସେଠି ଆମେ ଆମ ଭାଇଚାରା ଓ ସମ୍ପର୍କକୁ ରକ୍ଷା କରିବାକୁ ଯାଇ ଆମେ ଭର୍ଚୁଆଲ୍‌ ବିଶ୍ଵକୁ ଆପଣାଇଛୁ । ଯହେତୁ ପରସ୍ପର ଭିତରେ ଆମେମାନେ ମୂହାଁମୁହିଁ କଥା ହୋଇପାରୁ ନାହୁଁ ସେଥିଲାଗି ସୋଶାଲ୍‌ ମିଡିଆକୁ ବେଶ୍‌ ଆଗ୍ରହର ସହ ଆପଣାଇଛୁ । ଅର୍ଥାତ୍‌ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ସ୍ଥାପରେ ସୋଶାଲ୍‌ ମିଡିଆ ଏକ ମାଧ୍ୟମ ହୋଇପାରିଛି ।

ଖାଲି ସେତିକି ନୁହେଁ ଏହି ମାଧ୍ୟମ ଦ୍ଵାରା ବଡ଼ ବଡ଼ ସଂସ୍ଥା ମାନବ ସମାଜକୁ ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ବି ବ୍ୟବହାର କରୁଛନ୍ତି । ବିଶେଷକରି ଜରୁରୀକାଳୀନ ସ୍ଥିତିରେ ଏହି ସୋଶାଲ୍‌ ମିଡିଆର ତଥ୍ୟ ଦ୍ଵାରା ଲୋକଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଏହା ସତ୍ୟ ଯେ, ଯେତେବେଳେ ସୂଚନା ପାଇବାର ଅନେକ ଅଙ୍ଗ ବନ୍ଦ ହୋଇଯାଏ ସେତେବେଳେ ଏହି ମାଧ୍ୟମ ଆମ ପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରେ । କିନ୍ତୁ କିଛି ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା ଏହି ମିଡିଆରେ ମିଛ, ଭୁଲ୍‌ ଏବଂ ବିଭ୍ରାନ୍ତକାରୀ ତଥ୍ୟ ପ୍ରସାର କରାଯିବା ଦ୍ଵାରା ଏହି ମିଡିଆ ଆମ ପାଇଁ ଅଭିଶାପ ବି ପାଲଟିଯାଇଥାଏ । ଏହା ନିଶ୍ଚିତଭାବେ ଏକ ଉଦ୍‌ବେଗର ବିଷୟ ।

ଆଉ କୋଭିଡ୍‌୧୯ କ୍ଷେତ୍ରରେ ଯେଉଁ ପ୍ରକାର ସୂଚନା, ମିଛ ସୂଚନା ଏବଂ ଅପପ୍ରଚାର ସବୁ ମାଡ଼ି ଚାଲିଛି ତାହାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଏକ ସୂଚନା ମହାମାରୀ ବୋଲି ଅଭିହିତ କରିଛନ୍ତି । ପୁଣି ଏହି ମହାମାରୀ ଆଗକୁ ବିଭିନ୍ନ ରାଷ୍ଟ୍ରର ସରକାରମାନେ କୋଭିଡ୍‌୧୯ର ମୁକାବିଲା ପାଇଁ ରାତିଦିନ ଏକ କରିଛନ୍ତି ତାହାଙ୍କୁ ଏହା ପ୍ରଭାବିତ କରିପାରେ । ଯଦିଓ ସୋଶାଲ୍‌ ମିଡିଆ ଦ୍ଵାରା ପ୍ରସାରିତ ମିଛ ଖବର, ଗୁଜବକୁ ରୋକିବାରେ ସମ୍ପୃକ୍ତ କମ୍ପାନୀମାନେ ବିଫଳ ହେଉଛନ୍ତି ଏବଂ ଏଥିଲାଗି ସେମାନେ ସମାଲୋଚିତ ହେଉଛନ୍ତି କିନ୍ତୁ ଏ କ୍ଷେତ୍ରରେ ଭୁଲ୍‌ ସୂଚନା ହେତୁ ଆମେ ଭୋଗିବାକୁ ଥିବା ସମସ୍ୟା ପାଇଁ ଆଉ ଏକ ମହଲତ ଆମକୁ ଦେବ ନାହିଁ । ଏଣୁ ଏହି ମହାମାରୀ ସୋଶାଲ୍‌ ମିଡିଆ ସଂସ୍ଥା ଆଗରେ ଏକ ଆହ୍ବାନ ହୋଇ ଠିଆ ହୋଇଛି ।

ପୂର୍ବରୁ ହୋଇଥିବା ସବୁ ଭୁଲ୍‌କୁ ସୁଧରି ଏବେ ପଦକ୍ଷେପ ନେବା ସମୟ ଆସିଛି । କେମ୍ବ୍ରିଜ୍‌ ଆନାଲିଟିକା ଭୁଲ୍‌ ସୂଚନା ପ୍ରଦାନ ସ୍କାମ୍‌ ଜଣାପଡ଼ିବା ପରେ ସୋଶାଲ୍‌ ମିଡିଆ ଉପରୁ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ତୁଟିଛି । ଏଣୁ ମହାମାରୀ ଯବେଠାରୁ ବ୍ୟାପିଛି ସବେଠାରୁ ଫେସ୍‌ବୁଲ୍‌ ପରିସ୍ଥିତି ଉପରେ ନଜର ରଖିଛି । କୌଣସି ଭାବେ ଯେପରି ଭୁଲ୍‌ ସୂଚନା ପ୍ରସାରିତ ନହୁଏ ସେଥିଲାଗି ଧ୍ୟାନ ଦିଆଯାଇଛି । ଟ୍ବିଟର ଓ ୟୁଟ୍ୟୁବ୍‌ ମଧ୍ୟ ଏକ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ନେବା ବାକି ଅଛି ।

ସୂଚନା ପ୍ରବାହର ପରିଚାଳନା

ସୋଶାଲ୍‌ ମିଡିଆ କମ୍ପାନୀମାନେ ତାଙ୍କ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଇପାରିବେ, ତାହାକୁ ହତୋତ୍ସାହିତ କରିପାରିବେ ଅଥବା ସିଧା ସଳଖ ଭାବେ ତାହାକୁ ବନ୍ଦ କରିପାରିବେ । ଫେସ୍‌ବୁକ୍‌ର ସର୍ବେକ୍ଷଣ ଅନୁସାରେ ଯେତିକି ପୋଷ୍ଟ ଜଣଙ୍କ ପାଖରେ ପହଞ୍ଚେ ତାହାର ୧୦ ପ୍ରତିଶତ ମତ୍ର ସେହି ୟୁଜର ଦେଖିଥାଆନ୍ତି । ପୁଣି ସମ୍ପୃକ୍ତ ପ୍ଲାଟଫର୍ମ ସେହି ୟୁଜର କଣ ଦେଖିବ ସେହି ଅନୁସାରେ କଣ୍ଟେଣ୍ଟ ନିର୍ଦ୍ଧାରଣ କରି ତାହାକୁ ପୁଣି ଥରେ ସଜାଇଥାଏ । ଏହା ସୂଚାଉଛି ଯେ, କୌଣସି ପୋଷ୍ଟକୁ ସିଧା ସଳଖ ବାଜ୍ୟାପ୍ତ କରିବା ଅପେକ୍ଷା ତାହାକୁ ପ୍ରମୋଟ୍‌ ବା ଡିମୋଟ୍‌ କରିବା ଅଧିକ ଭଲ ହୋଇଥାଏ । କାହାର ପୋଷ୍ଟକୁ ବ୍ଲକ୍‌ କରିବା କଷ୍ଟକର ହୋଇଥାଏ କାରଣ ତାହା ସମ୍ପୃକ୍ତ ବ୍ୟକ୍ତିର କଥା କହିବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ ।

ଫେସ୍‌ବୁକ୍‌ ଭଳି କମ୍ପାନୀ ତୃତୀୟ ପକ୍ଷ ଫ୍ୟାକ୍ଟଚେକ୍‌ର ନିଯୁକ୍ତ କରି ପୋଷ୍ଟଗୁଡ଼ିକର ପରୀକ୍ଷା କରିଥାଆନ୍ତି । ଯେଉଁ ତଥା ସମ୍ପୃକ୍ତ ପୋଷ୍ଟରେ ଥାଏ ତାହା ଯଦି ସ୍ଵାସ୍ଥ୍ୟ ଅଧିକାରୀମାନେ ଭାବନ୍ତି ଯେ ତାହା ସମସ୍ୟା ଭିତ୍ତିକ କଣ୍ଟେଣ୍ଟ ତବେ ତାହା ଏହି ଫ୍ୟାକ୍ଟ ଚେକ୍‌ ଟେଷ୍ଟରେ ବିଫଳ ହୁଏ ଏବଂ ତାହା ପ୍ରକାଶ ପାଇପାରେ ନାହିଁ । ଏହା ମଧ୍ୟ ଯେଉଁ ହାଶ୍‌ଟ୍ୟାଗ୍‌ ଭୁଲ୍‌ ତଥ୍ୟ ପ୍ରସାର କରୁଛି ତାହାକୁ ବନ୍ଦ କରିପାରେ ବା ନିୟନ୍ତ୍ରଣ କରିପାରେ । ଏହା ଫେସ୍‌ବୁକ୍‌ର ଆଉ ଏକ ସଂସ୍ଥା ଇନ୍‌ଷ୍ଟାଗ୍ରାମ୍‌ ପାଇଁ ମଧ୍ୟ ଲାଗୁ ହୋଇଥାଏ । ଟ୍ବିଟର ଏବଂ ୟୁଟ୍ୟୁବ୍‌ କିନ୍ତୁ ଏହି କ୍ଷେତ୍ରରେ ସେତିକି ତତ୍ପର ନୁହନ୍ତି । ଟ୍ବିଟର ଅନୁସାରେ ଏହି ପ୍ଲାଟ୍‌ଫର୍ମ ଖରାପ ବା ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟବହାର ବିରୁଦ୍ଧରେ ୟୁଜରଙ୍କୁ ରକ୍ଷା କରୁଛି । ଟ୍ବିଟରର ଆସ୍ଥା ଓ ନିରାପତ୍ତା ଉପାଧ୍ୟକ୍ଷ ଡେଲ୍‌ ହାର୍ବିଙ୍କ କହିବା ଅନୁସାରେ ଯେଉଁ କଣ୍ଟେଣ୍ଟ ଭୁଲ୍‌ ସୂଚନା ପ୍ରଦାନ କରୁଛି ତାହାକୁ ଆମେ ତୁରନ୍ତ ହଟାଇ ଦେଇଥାଉ । ୟୁଟ୍ୟୁବ୍‌ ମଧ୍ୟ ଏହିପରି ସଂକ୍ରମିତ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଉଛି ।

କିନ୍ତୁ ଏ ଦୁଇଟି କମ୍ପାନୀ ଭିତରୁ କୌଣସିଟି କମ୍ପାନୀର ଏକ ଶକ୍ତ ଫ୍ୟାକ୍ଟ ଚେକିଂ ନୀତି ନାହିଁ । ଅର୍ଥାତ୍‌ କେଉଁ କେଣ୍ଟଣ୍ଟକୁ ବ୍ଲକ୍‌ କରାଯିବ ସେଥିଲାଗି କୌଣସି ସ୍ଵଚ୍ଛ ନୀତି ପ୍ରଣୟନ ହୋଇ ନାହିଁ । ଯଦିଓ ଏହି ତିନୋଟି ଯାକ ପ୍ଲାଟଫର୍ମ ସମସ୍ୟା ସୃଷ୍ଟିକାରୀ କଣ୍ଟେଣ୍ଟ କୁ ହତୋତ୍ସାହିତ କରନ୍ତି ଏବଂ ଯେଉଁ କଣ୍ଟେଣ୍ଟଗୁଡ଼ିକ ନିର୍ଭରଯୋଗ୍ୟ ସୂତ୍ରରୁ ଆସିଛି ତାହାକୁ ପ୍ରମୋଟ୍‌ କରନ୍ତି ତଥାପି ଏକ ନିର୍ଦିଷ୍ଟ ଫ୍ୟାକ୍ଟ ଚେକ୍‌ ନୀତିର ଅଭାବ ହେତୁ ଏକ ଶୂନ୍ୟସ୍ଥାନକୁ ପ୍ରଶ୍ରୟ ଦେଇଥାଏ । ଯେଉଁଠାରେ ଭୁଲ୍‌ ବା ମିଛ ତଥ୍ୟ ପ୍ରବେଶ କରିବାର ଆଶଙ୍କା ରହିଛି । ବିଶେଷକରି ଟ୍ବିଟରରେ ଏହା ଗ୍ରହଣୀୟ ।

ନିର୍ଭରଯୋଗ୍ୟ ସୂତ୍ରବୋଲି ଭାବି ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଗ୍ରହଣ କରିବା ମଧ୍ୟ ସମସ୍ୟାର ଜଡ଼ ବାନ୍ଧିପାରେ । ଉଦାହରଣ ସ୍ଵରୂପ @realDonaldTrump ଏକ ନିର୍ଭରଯୋଗ୍ୟ ସୂତ୍ର ବୋଲି ଗ୍ରହଣ କରାଯାଇପାରିବ କାରଣ ସେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କିନ୍ତୁ POTUS ନିଜେ ଟ୍ବିଟ କରିବା ବେଳେ ଭୁଲ୍‌ ତଥ୍ୟ ପ୍ରଦାନ କରିଥାଆନ୍ତି । ଏମିତି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯଦିଓ ସେମାନେ ନିର୍ଭରଯୋଗ୍ୟ ବୋଲି ଦର୍ଶାଯାଇ ନାହିଁ କିନ୍ତୁ ସେମାନେ ଭୁଲ୍‌ ତଥ୍ୟକୁ ବିଭିନ୍ନ ସୂତ୍ରରେ ପ୍ରକାଶ କରି ତାହାକୁ ପରିଚାଳନା କରିଥଆନ୍ତି । ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କ କୋରୋନା ଭାଇରସ ବାବଦରେ ଟ୍ବିଟରରେ ତାଙ୍କର ୩୨ ମିଲିୟନ୍‌ ଫଲୋୟରଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରି ଟ୍ବିଟ୍‌ କରିଥିଲେ । ଏହା ଜଣାପଡ଼ିବା ପରେ ମଧ୍ୟ ଟ୍ବିଟର ତାହାକୁ ରିମୁଭ୍‌ କରିବା ଲାଗି ରାଜି ହୋଇନଥିଲା ।

ସେହିପରି ଇପୋନିମସ୍‌ ସିକ୍ୟୁରିଟି କମ୍ପାନୀର ପ୍ରତିଷ୍ଠାତା ଜନ୍‌ ମ୍ୟାକାଫି ମଧ୍ୟ କରୋନା ସମ୍ବନ୍ଧରେ ଭୁଲ୍‌ ତଥ୍ୟ ପ୍ରଦାନ କରି ତାଙ୍କ ଫଲୋୟରଙ୍କୁ ବିଭ୍ରାନ୍ତ କରିଥିଲେ । ଅବଶ୍ୟ ଏହି ଟ୍ବିଟ୍‌କୁ ରିମୁଭ୍‌ କରାଯାଇଥିଲା କିନ୍ତୁ ତାହା ପୂର୍ବରୁ ଏହି ଟ୍ବିଟ୍‌କୁ ଅନେକ ଲୋକ ପଢ଼ି ସାରିଥିଲେ ।

ସକାରାତ୍ମକ ବ୍ୟବହାର ପାଇଁ ପ୍ରଭାବକୁ ବ୍ୟବହାର କରିବା

ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ଏପରି ସୃଷ୍ଟି କରାଯାଇଛି ଯେମିତି ସେମାନେ ଆଗତୁରା ୟୁଜରଙ୍କ ଅଭିଜ୍ଞତା, ସେମାନଙ୍କ ଆଗ୍ରହ ଆକର୍ଷଣ କରିବା ଏବଂ ପ୍ରଭାବ କାର୍ଯ୍ୟକୁ ଗ୍ରହଣ କରିପାରିବ । କମ୍ପାନୀ ଏହି ଆଭିମୁଖ୍ୟକୁ କୋଭିଡ୍‌ ୧୯ ବାବଦରେ ସକାରାତ୍ମକ ଆଚରଣ ଓ ତଥ୍ୟକୁ ପ୍ରସାର କରିବା କ୍ଷେତ୍ରରେ ଲାଗୁ କରିପାରିବ । କିନ୍ତୁ ଏହିସବୁ ପ୍ଲାଟ୍‌ଫର୍ମ ଏଥିରେ ଫେଲ୍‌ ମାରୁଛନ୍ତି । ନିମ୍ନରେ କିଛି ଉଦାହରଣ ଦିଆଗଲା ଯେଉଁଥିରୁ ଏହା ସ୍ପଷ୍ଟ ଯେ, ଏହି ପ୍ଲାଟଫର୍ମଗୁଡ଼ିକ ଭିତରୁ ସମସ୍ତେ ପଜିଟିଭ୍‌ ବିହେଭିଅର ବା ସକାରାତ୍ମକ କଣ୍ଟେଣ୍ଟକୁ ପ୍ରୋତ୍ସାହିତ କରିବାରେ ବିଫଳ ହୋଇଛନ୍ତି । ଏହାଦ୍ଵାରା ବ୍ୟବହାରକାରୀଙ୍କ ଅଭିଜ୍ଞତାରେ ମଧ୍ୟ ସାଲିସ କରାଯାଉଛି । ପ୍ରଥମେ ଫେସ୍‌ବୁକ୍‌ କଥା। ଏହି ପ୍ଲାଟ୍‌ଫର୍ମରେ ପ୍ରାଇଭେଟ୍‌ ମେସେଜିଂ ବୋଲି ଗୋଟିଏ ଅପ୍ସନ୍‌ ରହିଛି । ଏହା ସାମାଜିକ ସ୍ତରରେ ପ୍ରଭାବ ବିସ୍ତାର କରିବାରେ ଏକ ମୂଳ କାରକ ପାଲଟିଥାଏ । କୋରୋନା ଭାଇରସ୍‌ ବାବଦରେ ସୂଚନା ପ୍ରସାରଣରେ ମଧ୍ୟ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କାରଣ ଏହିପରି ମେସେଜିଂ ସେହି ଲୋକମାନଙ୍କୁ ପରିବାରର ସଦସ୍ୟ ବା ବନ୍ଧୁମାନଙ୍କୁ ଯାଇଥାଏ ଯେଉଁମାନେ ପରସ୍ପର ଉପରେ ଆସ୍ଥା ରଖି ଏକ ନେଟ୍‌ୱର୍କ ତିଆରି କରିଛନ୍ତି ।

ଏଣୁ ଏଠାରେ ଲୋକମାନେ ମୁଳ ତଥ୍ୟ ଆଗରେ ଅଧିକ ଖୋଲା ହେବାର ଆଶଙ୍କା ଯଥେଷ୍ଟ ଥାଏ । ହ୍ବାଟ୍ବଆପ୍‌ରେ ମଧ୍ୟ ସମାନ ଅବସ୍ଥା । ଫେସ୍‌ବୁକ୍‌ର ଏକ ସିଷ୍ଟର କନ୍‌ସର୍ନ ଭାବେ ହ୍ବାଟ୍‌ସଆପ୍‌ ବ୍ୟକ୍ତିରୁ ବ୍ୟକ୍ତିକୁ କଣ୍ଟେଣ୍ଟ ଏନ୍‌କ୍ରିପ୍‌ଟ କରୁଛି ବୋଲି କହୁଥିଲେ ମଧ୍ୟ ଏଠାରେ କଣ୍ଟେଣ୍ଟ ପର୍ଯ୍ୟବେକ୍ଷଣ କରିବାରେ କଷ୍ଟକର ହୋଇଥାଏ । ଟ୍ବିଟର କ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତି ବା ଯାହାଙ୍କର ଅଧିକ ଫଲୋୟର ରହିଛନ୍ତି ତାହାଙ୍କୁ ଚିହ୍ନଟ କରିବା ଜରୁରୀ । କାରଣ ଏହି ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା କଣ୍ଟେଣ୍ଟ ଅନେକ ଲୋକଙ୍କୁ ପ୍ରଭାବିତ କରିବାକ୍ଷମତା ରଖିଛି । ୟୁଟ୍ୟୁବ୍‌ ନିଜ ପ୍ଲାଟ୍‌ଫର୍ମରେ କରୋନା ଭାଇରସ୍‌ ସମ୍ପର୍କିତ ବିଭ୍ରାନ୍ତକାରୀ ଭିଡିଓକୁ ଠାବ କରିବା ଲାଗି ଏକ ଭିନ୍ନ ପ୍ରକ୍ରିୟା ଗ୍ରହଣ କରିଛି। ଏହିପରି ଭିଡିଓକୁ ନିର୍ଭରଯୋଗ୍ୟ ସୂତ୍ର ସଂହ ସଂଯୋଗ କରୁଛି । ଅର୍ଥାତ୍‌ ଏହିପରି ଭିଡ଼ଡିଓ ଗୁଡ଼ିକ ସହ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ବା ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରଲ ଆଣ୍ଡ ପ୍ରିଭେନ୍ସନର ଭିଡିଓ ସହ ପେୟାର କରିଛି । କିନ୍ତୁ ଏହିଭଳି ଭିଡିଓ ପେୟାରିଂ ବିପରୀତ ପ୍ରତିକ୍ରିୟା ଦେଖାଉଛି । ଏହି ପ୍ରକାର ଭିଡିଓ ଦେଖୁଥିବା ବ୍ୟକ୍ତି ଭିଡିଓରେ ଦିଆଯାଇଥିବେ ତଥ୍ୟକୁ ନେଇ ସନ୍ଦେହ ପ୍ରକଟ କରିବା ବଦଳରେ ଏହା ଭାବୁଛି ଯେ, ଏହା ସମ୍ପୃକ୍ତ ପ୍ରାଧୀକୃତ ଏଜେନ୍ସୀ ଦ୍ଵାରା ସ୍ଵୀକୃତୀପ୍ରାପ୍ତ ବୋଲି ଦର୍ଶାଉଛି ।

ଦାୟିତ୍ଵପୂର୍ଣ୍ଣ ବିଜ୍ଞାପନ

ଏହି ବିପର୍ଯ୍ୟୟ ସମୟର ଫାଇଦା ଉଠାଇ କିଛି ବ୍ୟକ୍ତି ସେଥିରୁ ନିଜର ରୋଜଗାର କରିବା ପାଇଁ ଚାହିଁ ଥାଆନ୍ତି । ଏହି ପରିସ୍ଥିତିକୁ ଏଡ଼ାଇବା ଲାଗି ଫେସ୍‌ବୁକ୍‌ ନିଜ ପ୍ଲାଟ୍‌ଫର୍ମରେ ମେଡିକାଲ୍‌ ଫେସ୍‌ମାସ୍କ ଭଳି ଉତ୍ପାଦର ବିଜ୍ଞାପନ ଉପରେ ରୋକ୍‌ ଲଗାଇଛି । ଗୁଗୁଲ୍‌ ଟ୍ବିଟର ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି । ସୋଶାଲ୍‌ ମିଡିଆ କମ୍ପାନୀମାନେ କୋରୋନା ଭାଇରସ୍‌ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଲାଗି ସିଡିସି ଏବଂ ଡବ୍ଲୁଏଚ୍‌ଓ ଭଳି ସଂସ୍ଥାକୁ ଆବଶ୍ୟକ ବାର୍ତ୍ତା ନିଜ ପ୍ଲାଟ୍‌ଫର୍ମରେ ପ୍ରସାରଣ ପାଇଁ ସୁଯୋଗ ଦେଉଛି । ଏସବୁ ସଂସ୍ଥାର ବିଜ୍ଞାପନକୁ ଏବେ ମାଗଣା କରାଯାଇଛି । ଫେସ୍‌ବୁକ୍‌ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଏବଂ ଅଣ ଲାଭଜନକ ସଂସ୍ଥା ପାଇଁ ଅସୀମିତ ବିଜ୍ଞାନ ପ୍ରସାରଣ ବ୍ୟବସ୍ଥା କରିଛି । ଗୁଗୁଲ୍‌ ସେହିଭଳି ନୀତି ଧାରଣ କରିଥିଲେ ମଧ୍ୟ ଏହା କମ୍‌ ମୁକ୍ତ ରହିଛି । ଟ୍ବିଟର ମଧ୍ୟ ଅନେକ କଟକରା ଜାରି କରିଛି ।

ମହାମାରୀ ଟ୍ରାକ୍‌ କରିବା ପାଇଁ ଡେଟା

ଏହି ମାହାରୀର ବ୍ୟାପକତାକୁ ରୋକିବା ଓ ପରିଚାଳନା ଲାଗି ସୋଶାଲ୍‌ ମିଡିଆକୁ ବ୍ୟବହାର କରାଯାଇପାରିବ । ରୋଗ କେତେ ବ୍ୟାପିଛି ସେ ବାବଦରେ ତଥ୍ୟ ହାସଲ କରିହେବ। ସୋଶାଲ ମିଡିଆକୁ ବ୍ୟବହାର କରି ଯେଉଁ ଭୌଗୋଳିକ ତଥ୍ୟ ହାସଲ କରାଯାଉଛି ତାହା ଏବେ କୋଭିଡ୍‌ ୧୯କୁ ପରିଚାଳନା କରିବା ଲାଗି ବିଶ୍ଵସାରା ବ୍ୟବହୃତ ହେଉଛି । ଦିନକୁ ଦିନ ଏହି ମହାମାରୀ ଅଧିକରୁ ଅଧିକ ବ୍ୟାପକ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସୋଶାଲ୍‌ ମିଡିଆ କମ୍ପାନୀମାନେ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ଲାଗି ଲାଗିଛନ୍ତି। କିନ୍ତୁ ଏତିରେ ସୀମିତ ରହିଲେ ହେବ ନାହିଁ । ଆହୁରି ଅନେକ କାର୍ଯ୍ୟ କରିବାକୁ ହେବ। ଏହା ହିଁ ପ୍ରକୃଷ୍ଠ ସମୟ ଯେଉଁ ସମୟରେ ସେମାନେ ସାଧାରଣ ଜନତା ଓ ସରକାରୀକଳର ଆସ୍ଥା ଜିତିବାକୁ ସୁଯୋଗ ପାଇଛନ୍ତି। କିନ୍ତୁ ଏହି ସୁଯୋଗ ପାଇଁ ସମୟ ବହୁତ ସୀମିତ। ଏହି ସମୟରେ ସେମାନଙ୍କ କାର୍ଯ୍ୟକଳପ ସଂସ୍ଥାର ଭବିଷ୍ୟତ ଓ ତା ଉପରେ ନିଭର କରୁଥିବା କୋଟି କୋଟି ଜନତାଙ୍କ ଭବିଷ୍ୟତ ନିର୍ଭର କରୁଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.