ETV Bharat / bharat

7 ମାସ ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟରୁ ହଟିଲା କଟକଣା - ଧାରା 370 ଉଚ୍ଛେଦ

ଦୀର୍ଘ 7 ମାସ ପରେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଉପରେ ଲାଗୁ ଥିବା କଟକଣା ପ୍ରତ୍ୟାହାର କରିଛନ୍ତି ଜମ୍ମୁ-କାଶ୍ମୀର ପ୍ରଶାସନ । ଅଧିକ ପଢନ୍ତୁ...

social-media
ସୋସିଆଲ ମିଡିଆ
author img

By

Published : Mar 4, 2020, 6:56 PM IST

ଶ୍ରୀନଗର: ଦୀର୍ଘ 7 ମାସ ପରେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଉପରେ ଲାଗୁ ଥିବା କଟକଣା ପ୍ରତ୍ୟାହାର କରିଛନ୍ତି ଜମ୍ମୁ-କାଶ୍ମୀର ପ୍ରଶାସନ । ଏନେଇ ବୁଧବାର ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜମ୍ମୁ- କଶ୍ମୀର ବାସିନ୍ଦା ବର୍ତ୍ତମାନ ଟୁ-ଜି ସ୍ପିଡ୍‌ରେ ଇଣ୍ଟରନେଟର ବ୍ୟବହାର କରିପାରିବା ସହ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ବ୍ୟବହାର କରିପାରିବେ ବୋଲି ଏଥିରେ କୁହାଯାଇଛି । ତେବେ ଏହି ସୁବିଧା କେବଳ ମାର୍ଚ୍ଚ 17 ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଇଣ୍ଟରନେଟ ସ୍ପିଡ୍‌ କେବଳ 2ଜି ପର୍ଯ୍ୟନ୍ତ ସୀମିତ ରହିବ । ପୋଷ୍ଟପେଡ୍‌ ସିମ୍‌ ବ୍ୟବହାରକାରୀ ବିନା କୌଣସି ପ୍ରତିବନ୍ଧକରେ 2-ଜି ସ୍ପିଡ୍‌ରେ ଇଣ୍ଟରନେଟ୍‌ ସେବା ପାଇ ପାରିବେ । କିନ୍ତୁ ପ୍ରିପେଡ୍‌ ସିମ୍‌ ବ୍ୟବହାରକରୀଙ୍କୁ ଆଉଥରେ ନିଜର ପରିଚୟ ପତ୍ର ପ୍ରଶାସନକୁ ଦେଖାଇ ଇଣ୍ଟରନେଟ ବ୍ୟବହାର ପାଇଁ ନୂତନ ଭାବେ ଅନୁମତି ପତ୍ର ଆଣିବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ 5 ରେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାପରେ ପ୍ରଦେଶରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଧୀରେ ଧୀରେ ସ୍ଥିତି ସାମାନ୍ୟ ହେବାରୁ ପର୍ଯ୍ୟାୟ କ୍ରମେ ଏହି କଟକଣାକୁ ପ୍ରତ୍ୟାହାର କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.