ETV Bharat / bharat

ସର୍ପ ମିତ୍ର ଜିତେନ୍ଦ୍ର ଆଣ୍ଡ କୋ - ଛତିଶଗଡର କୋରବା ଜିଲ୍ଲା

ସାପ, ଯାହାର ନାଁ ଶୁଣିଲା ମାତ୍ରେ ମନରେ ଛନକା ପଶିଯାଇଥାଏ। ସାପ ଆଗରେ ଦେଖିଲାମାତ୍ରେ ହିଁ ବଡ ଠାରୁ ସାନ ସମସ୍ତଙ୍କର ଝାଳ ବାହାରିଯାଇଥାଏ। ତେଣିକି ସାପ ବିଷାକ୍ତ ହେଇଥାଉ, କି ନାହିଁ। ତାକୁ ଦେଖିଲାମାତ୍ରେ ହିଁ ମନରେ ଭୟ ବସା ବାନ୍ଧି ହୋଇଯାଇଥାଏ। କିଛି ସାପ ଏମିତି ବି ଥାଆନ୍ତି ଯେ, ତାଙ୍କର ଟିକେ ମାତ୍ର ବିଷ ମଣିଷ ଜୀବନ ନେବା ପାଇଁ ଯଥାର୍ଥ ହୋଇଥାଏ।

ସର୍ପ ମିତ୍ର ଜିତେନ୍ଦ୍ର ଆଣ୍ଡ କୋ
ସର୍ପ ମିତ୍ର ଜିତେନ୍ଦ୍ର ଆଣ୍ଡ କୋ
author img

By

Published : Jul 25, 2020, 5:10 PM IST

ଛତିଶଗଡ: ଆଜି ପବିତ୍ର ନାଗ ପଞ୍ଚମୀ। ଏହିଦିନ ହିନ୍ଦୁ କୁମାରୀ ଏବଂ ମହିଳାମାନେ ଭଲ ଦୃଷ୍ଟିଶକ୍ତି ପାଇବା ଉଦ୍ଦେଶ୍ୟରେ ନାଗ ନାଗୁଲି ଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତି । ମାଟିର ହୁଙ୍କା ଆଣି କୋଠିରେ ସ୍ଥାପନ କରି ପୂଜାବିଧି ପାଳନ କରନ୍ତି । ଚାଲନ୍ତୁ ଏହି ପବିତ୍ର ଦିନରେ ଆଜି କୋରବା ଜିଲ୍ଲାରେ କିଛି ଏମିତି ଯୁବପିଢିଙ୍କ ବିଷୟରେ ଜାଣିବା, ଯେଉଁମାନେ ବିଷାକ୍ତ ସାପମାନଙ୍କୁ ଧରିବା ସହ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି ।

ସାପ, ଯାହାର ନାଁ ଶୁଣିଲା ମାତ୍ରେ ମନରେ ଛନକା ପଶିଯାଇଥାଏ। ସାପ ଆଗରେ ଦେଖିଲାମାତ୍ରେ ହିଁ ବଡ ଠାରୁ ସାନ ସମସ୍ତଙ୍କର ଝାଳ ବାହାରିଯାଇଥାଏ। ତେଣିକି ସାପ ବିଷାକ୍ତ ହେଇଥାଉ, କି ନାହିଁ। ତାକୁ ଦେଖିଲାମାତ୍ରେ ହିଁ ମନରେ ଭୟ ବସା ବାନ୍ଧି ହୋଇଯାଇଥାଏ। କିଛି ସାପ ଏମିତି ବି ଥାଆନ୍ତି ଯେ, ତାଙ୍କର ଟିକେ ମାତ୍ର ବିଷ ମଣିଷ ଜୀବନ ନେବା ପାଇଁ ଯଥାର୍ଥ ହୋଇଥାଏ।

ଆଉ ଏବେ ବର୍ଷା ଦିନ, ଚାରିଆଡେ ସାପ ମାଳମାଳ। ଗାତରେ ପାଣି ପଶିଯାଉଥିବାରୁ ସେମାନେ ବାହାରକୁ ବାହାରି ଆସିଥାନ୍ତି । ଫଳରେ ଘରଦ୍ବାର, ବିଲ, ବଗିଚା, ସବୁଆଡେ ଏମାନେ ବୁଲୁଥାଆନ୍ତି । ବର୍ଷାଦିନେ ଏମାନଙ୍କର ପ୍ରାର୍ଦୁଭାବ ବେଶୀ ଥାଏ। ତେଣୁ ସନ୍ଧ୍ୟାପରେ ଘରୁ ବାହାରିବାକୁ ଡର ଲାଗିଥାଏ। ଆଉ ଏହି ସମୟରେ ସାପମାନେ ଘରେ ପଶି ରହିଯାଇଥାଆନ୍ତି । କିଛି ଲୋକ ଏ ସମ୍ପର୍କରେ ଜାଣି ନ ଥାଆନ୍ତି। କିଏ ହୁଏତ ସାଙ୍ଗେ ସାଙ୍ଗେ ଜାଣି ପକାଇଥାଆନ୍ତି, ଆଉ କେହି ସାପର ଗର୍ଜନ ଶୁଣି ଜାଣି ଯାଇଥାଆନ୍ତି।

ସର୍ପ ମିତ୍ର ଜିତେନ୍ଦ୍ର ଆଣ୍ଡ କୋ

ତେଣୁ ଏଥିରୁ ତ୍ରାହି ପାଇବା ପାଇଁ ଲୋକମାନେ ସେକ୍ନ ହେଲ୍ପଲାଇନ ଟିମକୁ ଫୋନ ଯୋଗେ ଜଣାଇଥାଆନ୍ତି । ସେଥିମଧ୍ୟରୁ ଏକ ଟିମ୍ ହେଉଛି ଜିତେନ୍ଦ୍ରଙ୍କ ଟିମ୍। ଜିତେନ୍ଦ୍ର ସାରଥୀ ନାମକ ଜଣେ ଯୁବକ ତାଙ୍କ ଟିମ୍ ସଦସ୍ୟଙ୍କ ସହ ମିଶି ସାପ ଧରିଥାଆନ୍ତି । ଏବେ ପରିସ୍ଥିତି ଏମିତି ହେଲାଣି ଯେ, ପୋଲିସ ଏବଂ ବନବିଭାଗ ମଧ୍ୟ ସେକ୍ନ କ୍ୟାଚର ଜିତେନ୍ଦ୍ର ଏବଂ ତାଙ୍କ ଟିମର ସହାୟତା ନେଉଛନ୍ତି । କେଉଁଠି ବି ସାପ ବାହାରିବା ଖବର ମିଳିବା ମାତ୍ରେ ହିଁ ସେମାନେ ଯାଇ ସାପ ଉଦ୍ଧାର କରନ୍ତି। ଖାଲି ଏତିକି ନୁହେଁ, ଲୋକଙ୍କୁ ସାପ ସମ୍ପର୍କରେ ସଚେତନ ମଧ୍ୟ କରିଥାଆନ୍ତି ।

ଜିତେନ୍ଦ୍ର ଏବଂ ତାଙ୍କ ଟିମ୍ ସାପ ଉଦ୍ଧାର କରି ତାକୁ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ମଧ୍ୟ ଛାଡି ଦେଇଥାଆନ୍ତି । ବିଷାକ୍ତ ସାପ ମାମଲାରେ ଏହି ଜିଲ୍ଲା ଅତ୍ୟନ୍ତ ସମ୍ବେଦନଶୀଳ। ବିଭିନ୍ନ ସମୟରେ ଭଳିକି ଭଳି ଦୁର୍ଲଭ ପ୍ରଜାତିର ସାପ ଏହି ଜିଲ୍ଲାରୁ ଉଦ୍ଧାର ହୋଇଥାଆନ୍ତି ।

ସ୍ନେକ ରେସକ୍ୟୁ ଟିମର ପ୍ରତିଷ୍ଠାତା ଜିତେନ୍ଦ୍ର ସାରଥୀ କୁହନ୍ତି ଯେ, ବର୍ଷା ଦିନରେ ପୁରା ଦିନ ସାପ ଉଦ୍ଧାରରେ ହିଁ ବିତିଯାଇଥାଏ। ବେଳେବେଳେ ଏମିତି ହୁଏ ଯେ, 24 ଘଣ୍ଟା ମଧ୍ୟରେ 20ରୁ 25ଟା ଫୋନ କେବଳ ସାପ ଉଦ୍ଧାର ପାଇଁ ଆସିଥାଏ। ସକାଳୁ ଉଠିବାମାତ୍ରେ ହିଁ ଫୋନ ଆସିବା ଆରମ୍ଭ ହୋଇଯାଇଥାଏ। ଜିତେନ୍ଦ୍ର କୁହନ୍ତି ଯେ, ଯେତେବେଳେ ଫୋନ ଆସେ, ସେ ଚେଷ୍ଟା କରନ୍ତି ଯେ ଯଥା ସମ୍ଭବ ସେ ସ୍ଥାନରେ ପହଞ୍ଚିବାକୁ। କାହିଁକିନା ଟିକେ ବିଳମ୍ବ ହେଲେ କାହାର ଜୀବନ ବି ଯାଇପାରେ।

ଜିତେନ୍ଦ୍ର ଏକ ଘରୋଇ କମ୍ପାନୀର ମାର୍କେଟିଂ ବିଭାଗରେ କାମ କରନ୍ତି । ସାପକୁ ଧରିବା ତାଙ୍କର ଏକ ନିଶା। ତେଣୁ ସେ ଏହାକୁ ପେଶା ଭାବରେ ଗ୍ରହଣ କରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.