ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ପରେ ବଦଳିଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନ ଦିଲ୍ଲୀ ପୋଲିସ କମିଶନର ଦାୟିତ୍ବରେ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଏସଏନ ଶ୍ରୀବାସ୍ତବ ଦାୟିତ୍ବ ଗ୍ରହଣ କରିବେ । ଆସନ୍ତା ମାର୍ଚ୍ଚ ପହିଲାରୁ ବିଧିବଦ୍ଧ ଭାବରେ ସେ ଦାୟିତ୍ବ ନେବେ । ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଏବଂ କେନ୍ଦ୍ର ଶାସିତ ପ୍ରଦେଶ କ୍ୟାଡରର 1985 ବ୍ୟାଚ୍ର ଅଧିକାରୀ ଥିଲେ ଏସଏନ ଶ୍ରୀବାସ୍ତବ । ପୂର୍ବରୁ ତାଙ୍କୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସହିତ ସ୍ପେଶାଲ ଡାଇରେକ୍ଟର ଜେନେରାଲ ଦାୟିତ୍ବରେ ନିଯୁକ୍ତ କରାଯାଇଥିଲା । 2016-17ରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ ୱାନିଙ୍କୁ ଗୁଳି କରି ହତ୍ୟା କରିବା ସମୟରେ ଶ୍ରୀବାସ୍ତବ ଜମ୍ମୁ-କଶ୍ମୀର ପଶ୍ଚିମାଞ୍ଚଳରେ ଏଡିଜି ଦାୟିତ୍ବରେ ଥିଲେ ।
ଏହାପୂର୍ବରୁ ଶ୍ରୀବାସ୍ତବା ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲର ନେତୃତ୍ବ ନେଇଥିଲେ । ଏଥିସହ ବହୁ ଭାରତୀୟ ମୁଜାହିଦ୍ଦିନ ଅପରେଟିଭଙ୍କୁ ଗିରଫ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ପ୍ରକାଶ ଥାଉ କି, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳର ଅବଧିକୁ ବଢାଯାଇଥିଲା ।
@IANS