ETV Bharat / bharat

ଲକଡାଉନରେ ବଢିଛି କି ଘରୋଇ ହିଂସା ? ଏମିତି କହିଲେ ସ୍ମୃତି ଇରାନୀ - smriti irani rejects claims increase in domestic violence case during lockdown

ଲକଡାଉନ ସମୟରେ ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲା ବୃଦ୍ଧି ପାଇଥିବା ଦାବିକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଅଧିକ ପଢନ୍ତୁ..

smriti irani rejects claims increase in domestic violence case during lockdown
ଲକଡାଉନରେ ଘରୋଇ ହିଂସା ବୃଦ୍ଧି ଦାବିକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ
author img

By

Published : Jun 8, 2020, 6:54 PM IST

ନୂଆଦିଲ୍ଲୀ: କୋରୋନା ଲକଡାଉନ ସମୟରେ ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲା ବୃଦ୍ଧି ପାଇଥିବା ଦାବିକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି ଏହି ଦାବି ଭୁଲ, ପ୍ରତ୍ୟେକ ରାଜ୍ୟରେ ପୋଲିସ ନିଜ କାମ କରୁଛି । ପ୍ରତି ରାଜ୍ୟର ପ୍ରତିଟି ଜିଲ୍ଲାରେ ସମସ୍ୟା ନିବାରଣ କେନ୍ଦ୍ର ଅଛି । ଯେଉଁ ମହିଳାମାନଙ୍କୁ ଆମେ ବଞ୍ଚାଇଛୁ, ସେମାନଙ୍କ ନାମ ଏବଂ ପରିଚୟ ପ୍ରକାଶ ନକରି ପୁନର୍ବାସ କାର୍ଯ୍ୟ ହୋଇଛି ।

ତେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲକଡାଉନ ସମୟରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ପାଇଥିଲା କି ନାହିଁ ଏବଂ ସେମାନେ ଏନେଇ ମାମଲା ରୁଜୁ କରିପାରିଛନ୍ତି କି ନା ବୋଲି ପ୍ରଶ୍ନ ପଚାରାଯାଇଥିଲା । ଯାହାର ଜବାବରେ ସେ ଏଭଳି ଉତ୍ତର ରଖିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ଏନଜିଓ ଦ୍ୱାରା ଏଭଳି ପ୍ରଚାର କରାଯାଉଛି କି ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରୁ 80 ପ୍ରତିଶତ ମହିଳାଙ୍କୁ ଶାରିରୀକ ଆକ୍ରମଣ ହେଉଛି । ହେଲେ ଘରର ପ୍ରତ୍ୟେକ ପୁରୁଷ ମହିଳାଙ୍କୁ ମାଡ ମାରୁନାହାନ୍ତି । ଲକଡାଉନ ମଧ୍ୟରେ ଦେଶର ପୋଲିସ କାମ କରୁଥିଲା ଏବଂ ସମସ୍ୟା ନିବାରଣ କେନ୍ଦ୍ରଗୁଡ଼ିକ ମଧ୍ୟ କାର୍ଯ୍ୟ କରୁଥିଲା ।

କେବଳ ମହିଳାମାନଙ୍କ ପାଇଁ ନୁହେଁ ଶିଶୁମାନଙ୍କ ପାଇଁ ମଧ୍ୟ ଉଦ୍ଧାର ଏବଂ ପୁନର୍ବାସ ସୁବିଧା ଉପଲବ୍ଧ କରାଯାଇଛି । ବାସ୍ତବରେ ଯଦି ଆପଣ ଏହି ସଂଖ୍ୟାକୁ ଦେଖନ୍ତି, ତେବେ କେନ୍ଦ୍ର ନମ୍ବର ବ୍ୟତୀତ ସମସ୍ତ ରାଜ୍ୟରେ 35 ଟି ହେଲ୍ପଲାଇନ ନମ୍ବର ଅଛି । ଯାହା ଲକଡାଉନ ସମୟରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିଲା ।

ପ୍ରକାଶ ଥାଉ କି, ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଏସବୁ ତଥ୍ୟ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.