ETV Bharat / bharat

ସର୍ବାଧିକ କରତାଳିରେ ସଂସଦରେ ସ୍ମୃତିଙ୍କୁ ସ୍ବାଗତ - applause

ଆଜି 17ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି । ସର୍ବାଧିକ କରତାଳିରେ ସ୍ମୃତି ଇରାନୀଙ୍କୁ ସ୍ବାଗତ କରିଛନ୍ତି ସାଂସଦ ।

ଫାଇଲ ଫଟୋ
author img

By

Published : Jun 17, 2019, 9:14 PM IST

ନୂଆଦିଲ୍ଲୀ: ଆଜି 17ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଶପଥ ଗ୍ରହଣ କରିଛନ୍ତି ସମସ୍ତ ନବନିର୍ବାଚିତ ସାଂସଦ । କାମଚଳା ବାଚସ୍ପତି ବିରେନ୍ଦ୍ର କୁମାର ସମସ୍ତ ସଦସ୍ୟଙ୍କୁ ଶପଥ ପାଠ କରାଇବା ସହ ପ୍ରଥମେ ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ସ୍ମୃତି ଇରାନୀ ସଂସଦରେ ଶପଥ ଗ୍ରହଣ କରିବା ସମୟରେ ପାଇଥିଲେ ସର୍ବାଧିକ କରତାଳି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମେଠୀରେ ହରାଇ ପ୍ରଥମଥର ଲୋକସଭା ସାଂସଦ ହୋଇଛନ୍ତି ସ୍ମୃତି । ତାଙ୍କ ଶପଥ ସମୟରେ ମୋଦିଙ୍କ ସମେତ ସମସ୍ତ ବିଜେପି ସଦସ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଆଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କ ବାଡେଇ କରତାଳି ଦେବା ସହ ଶୁଭେଚ୍ଛା ଜଣାଇଥିଲେ ।

ହିନ୍ଦୀ ଭାଷାରେ ଶପଥ ଗ୍ରହଣ କରିବା ପରେ ସ୍ମୃତି କାମଚଳା ବାଚସ୍ପତି, ବିରୋଧୀ ଦଳ ତଥା ସୋନିଆ ଗାନ୍ଧୀଙ୍କୁ ନମସ୍କାର କରି ସ୍ବାଗତ ଜଣାଇଥିଲେ । ତେବେ ସ୍ମୃତିଙ୍କ ଶପଥ ଗ୍ରହଣ ସମୟରେ ରାହୁଲ ଗାନ୍ଧୀ ସଂସଦରେ ଉପସ୍ଥିତ ନଥିଲେ । ପ୍ରକାଶ ଥାଉକି, କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ, ରାହୁଲ ଗାନ୍ଧୀଙ୍କୁ 55,000 ଭୋଟରେ ହରାଇଛନ୍ତି ।

Intro:Body:

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମେଠୀରେ ହରାଇ ପ୍ରଥମଥର ଲୋକସଭା ସାଂସଦ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କିନ୍ତୁ 17ତମ ଲୋକସଭା ଅଧିବେଶନର ଶପଥ ଗ୍ରହଣ ସମୟରେ ପାଇଛନ୍ତି ସର୍ବାଧିକ କରତାଳି । ଶପଥ ଗ୍ରହଣ ପାଇଁ ଯେମିତି ସ୍ମୃତିଙ୍କ ନାମ ଡକାଯାଇଥିଲା, ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ବିଜେପି ସଦସ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଆଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କ ବାଡେଇ କରତାଳି ଦେବା ସହ ଶୁଭେଚ୍ଛା ଜଣାଇଥିଲେ ।

ହିନ୍ଦୀ ଭାଷାରେ ଶପଥ ଗ୍ରହଣ କରିବା ପରେ ସ୍ମୃତି କାମଚଳା ବାଚସ୍ପତି, ବିରୋଧୀ ଦଳ ତଥା ସୋନିଆ ଗାନ୍ଧୀଙ୍କୁ ନମସ୍କାର କରି  ସ୍ବାଗତ ଜଣାଇଥିଲେ । ତେବେ ସ୍ମୃତିଙ୍କ ଶପଥ ଗ୍ରହଣ ସମୟରେ ରାହୁଲ ଗାନ୍ଧୀ ସଂସଦରେ ଉପସ୍ଥିତ ନଥିଲେ । ପ୍ରକାଶ ଥାଉକି, କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ, ରାହୁଲ ଗାନ୍ଧୀଙ୍କୁ  55,000 ଭୋଟରେ ହରାଇ ଆମେଠୀକୁ ବିଜେପିର ନାଁ ଦେଇଛନ୍ତି ।

ତେବେ ଅଧିବେଶନର ଆରମ୍ଭରେ ଯେବେ ଶପଥ ନେବା ପାଇଁ ମୋଦିଙ୍କୁ ଡକାଯାଇଥିଲା, ସେବେ ରୁଲିଂ ପାର୍ଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କ ବାଡେଇବା ସହ ମୋଦି ମୋଦି ଓ ଭାରତ ମାତା କି ଜୟର ନାରା ଦେଇଥିଲେ ।

https://timesofindia.indiatimes.com/india/smriti-irani-receives-longest-applause-while-taking-oath-as-lok-sabha-member/articleshow/69823387.cms

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.