ETV Bharat / bharat

ଶିକ୍ଷାକୁ ପ୍ରାଧାନ୍ୟ: ଆନ୍ଧ୍ରର ସରକାରୀ ସ୍କୁଲରେ ଲାଗିବ ସ୍ମାର୍ଟ ଟିଭି

author img

By

Published : Mar 11, 2020, 9:35 AM IST

ଶିକ୍ଷାକୁ ଡିଜିଟାଲାଇଜ୍‌ କରିବା ଲାଗି ଅଣ୍ଟା ଭିଡିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଏଥିଲାଗି ସମସ୍ତ ସରକାରୀ ବିଦ୍ୟାଳୟକୁ ସ୍ମାର୍ଟ ଟେଲିଭିଜନ ଯୋଗାଇଦେବାକୁ ସ୍ଥିର କରିଛନ୍ତି ।

Andhra government
ଶିକ୍ଷାକୁ ପ୍ରାଧାନ୍ୟ: ଆନ୍ଧ୍ରର ସରକାରୀ ସ୍କୁଲରେ ଲାଗିବ ସ୍ମାର୍ଟ ଟିଭି

ଅମରାବତୀ: ଶିକ୍ଷାକୁ ଡିଜିଟାଲାଇଜ୍‌ କରିବା ଲାଗି ଅଣ୍ଟା ଭିଡିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଏଥିଲାଗି ସମସ୍ତ ସରକାରୀ ବିଦ୍ୟାଳୟକୁ ସ୍ମାର୍ଟ ଟେଲିଭିଜନ ଯୋଗାଇଦେବାକୁ ସ୍ଥିର କରିଛନ୍ତି । ରାଜ୍ୟରେ ଥିବା 15,715 ସରକାରୀ ବିଦ୍ୟାଳୟକୁ ଆଧୁନୀକରଣ କରିବା ଲାଗି ମଙ୍ଗଳବାର, ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ନିଷ୍ପତ୍ତି ନେଇଛନ୍ତି ।

ଏହାସହ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ହୋଇଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ଏସବୁ କାର୍ଯ୍ୟ ଆସନ୍ତା ଜୁନ ମାସ ପୂର୍ବରୁ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବୈଠକରେ ‘ଜଗନଆନ୍ନା ବିଦ୍ୟା କନୁକା ପ୍ରୋଗ୍ରାମ’ ମାଧ୍ୟମରେ ପିଲାଙ୍କୁ ମିଳୁଥିବା ମାଗଣା ୟୁନିଫର୍ମ, ବେଲ୍ଟ, ବ୍ୟାଗ୍‌, ବହି, ଖାତା, ଜୋତା ଆଦିର ସମୀକ୍ଷା କରିଥିଲେ ।

ଅନ୍ୟପଟେ ଜଗନଆନ୍ନା ଗୋରୁମୁଦ୍ଦା ମିଡେ ମିଲ୍‌ ପ୍ରୋଗ୍ରାମ ଓ ଟଏଲେଟ ବାବଦରେ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.