ETV Bharat / bharat

ଆଗ୍ରାର 6 କୋରୋନା ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ - ଆଗ୍ରାର 6 କୋରୋନା ସନ୍ଦିଗ୍ଧ

ଆସିଲା ଆଗ୍ରାର 6 ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ । ରିପୋର୍ଟରେ ନେଗେଟିଭ ଥିବା ଜଣାପଡିଛି । ତଥାପି ସେମାନଙ୍କୁ 14 ଦିନ ଯାଏଁ ହୋମ କ୍ବାରେଣ୍ଟାଇନରେ ରଖାଯିବ । ଅଧିକ ପଢନ୍ତୁ...

ଆଗ୍ରାର 6 କୋରୋନା ସନ୍ଦିଗ୍ଧଙ୍କ ନମୂନା ନେଗେଟିଭ

author img

By

Published : Mar 4, 2020, 10:41 AM IST

ଲକ୍ଷ୍ମୌ: ଆଗ୍ରାର 6 କୋରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ । ରକ୍ତ ନମୁନାରେ ନେଗେଟିଭି ମିଳିବା ପରେ ମଧ୍ୟ ସେମାନଙ୍କୁ 14 ଦିନ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ରଖାଯିବା । ଏହା ସହ ସେମାନଙ୍କର ପୁଣି ଥରେ ରକ୍ତ ପରୀକ୍ଷା କରାଯିବ । ଏନେଇ ଭୟଭୀତ ନ ହେବାକୁ କହିଛନ୍ତି ଜିଲ୍ଲା ପ୍ରଶାସନ ବିଏନ ସିଂ । ସେପଟେ, ସରକାର ଓ ପ୍ରଶାସନ ଏମାନଙ୍କ ପ୍ରତି ନଜର ରଖିଛି ବୋଲି ସେ କହିଛନ୍ତି ।

ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଏକ ବ୍ୟକ୍ତି ତାଙ୍କ ପୁଅର ଜନ୍ମ ଦିନ ପାଳିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଅନେକ ଲୋକେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ 6 ଜଣଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ସେପଟେ, ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି, ସ୍କୁଲ ବନ୍ଦ କରିବା ନେଇ କୌଣସି ସୂଚନା ଜାରି ହୋଇନଥିଲା ।

ନୋଏଡାରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । କୋରୋନା ରୋଗୀଙ୍କୁ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ, ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ 6 ଜଣଙ୍କ ଠାରେ କୋରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.