ETV Bharat / bharat

ଆକାଶରେ ଶତ୍ରୁ ଉପରୁ ନଜର ରଖିବ ବାୟୁସେନାର 6 ଆଖି - ଏୟାରବୋର୍ଡ ଆର୍ଲି ୱାର୍ଣ୍ଣିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ

ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ 6ଟି ନୂଆ ଏୟାରବୋର୍ଡ ଆର୍ଲି ୱାର୍ଣ୍ଣିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ପ୍ରସ୍ତୁତ କରୁଛି ଭାରତ । ଅଧିକ ପଢନ୍ତୁ...

ଆକାଶରେ ଶତ୍ରୃ ଉପରୁ ନଜର ରଖିବ ବାୟୁସେନାର 6 ଆଖି

author img

By

Published : Dec 16, 2020, 6:45 PM IST

ନୂଆଦିଲ୍ଲୀ: ସ୍ବଦେଶୀ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରୋତ୍ସାହ ଦେବା ସହ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ 6ଟି ନୂଆ ଏୟାରବୋର୍ଡ ଆର୍ଲି ୱାର୍ଣ୍ଣିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ପ୍ରସ୍ତୁତ କରୁଛି ଭାରତ । ଭାରତୀୟ ପ୍ରତିରକ୍ଷା ଏବଂ ବିକାଶ ଅନୁସଂଧାନ ପକ୍ଷରୁ ତିଆରି କରାଯାଉଛି ଏହି ଏୟାରକ୍ରାଫ୍ଟ । ଏହା ଦ୍ବାରା ଚୀନ ଓ ପାକିସ୍ତାନ ସହ ଲାଗିଥିବା ସୀମାରେ ଭାରତୀୟ ବାୟୁସେନାର ନିରୀକ୍ଷଣ କ୍ଷମତା ବୃଦ୍ଧି ହେବ ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସରକାରୀ ସୂତ୍ରର ସୂଚନା ଅନୁଯାୟୀ AEW&C ବ୍ଲକ 2 ଏୟାରକ୍ରାଫ୍ଟକୁ 10 ହଜାର 500 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରିବ ଡିଆରଡିଓ । ଏୟାର ଇଣ୍ଡିଆ ଫ୍ଲିଟ ପକ୍ଷରୁ 6ଟି ଏୟାରକ୍ରାଫ୍ଟ କ୍ରୟ କରାଯିବ । ଏହା ଉପରେ ରାଡାର ସହିତ ନୂଆ ରୂପ ଦିଆଯିବ, ଯାହାଦ୍ବାରା ପ୍ରତିରକ୍ଷାବଳ ଏହା ଜରିଆରେ 360 ଡିଗ୍ରୀ ରଖିବ ନଜର ।

6ଟି AEW&C ଏୟାରକ୍ରାଫ୍ଟ NETRA ବିମାନ ତୁଳନାରେ ଆଧୁନିକ ହେବ ଏବଂ ଅପରେସନ ସମୟରେ ଏହା ଶତ୍ରୁ ସୀମାରେ 360 ଡିଗ୍ରୀ ନଜର ରଖିପାରିବ । ଏହି ଯୋଜନାକୁ ଶିଘ୍ର ମଞ୍ଜୁରୀ ମିଳିବା ନେଇ ସରକାର ଆଶା କରୁଥିବା କୁହାଯାଇଛି ।

ଏୟାର ଇଣ୍ଡିଆ ଫ୍ଲିଟରେ AEW&C ସିଷ୍ଟମ ତିଆରି କରିବାରମାନେ ଏହା ମଧ୍ୟ ହୋଇପାରେ କି ଭାରତ 6ଟି ଏୟାରବସ 330 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କ୍ରୟ କରିବାକୁ ଚାହୁଁନାହିଁ । 330 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟକୁ ୟୁରୋପୀୟ କମ୍ପାନୀ ପାଖରୁ କ୍ରୟ କରିବା ନେଇ ପୂର୍ବରୁ ଯୋଜନା ଥିଲା । ହେଲେ ପ୍ରତିରକ୍ଷା ଏବଂ ଆତ୍ମନିର୍ଭର ଭାରତରେ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନୂଆ ଯୋଜନା ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.