ETV Bharat / bharat

ତ୍ରାହି ପାଇବେ ଦିଲ୍ଲୀବାସୀ; କମିବ ଟ୍ରାଫିକ ଜାମ

ରାଜଧାନୀ ଦିଲ୍ଲୀରେ କେବଳ ପ୍ରଦୂଷଣ ନୁହେଁ ଟ୍ରାଫିକ ଜାମ ବି ଦିଲ୍ଲୀବାସିନ୍ଦାଙ୍କ ପାଇଁ ଏକ ବଡ ସମସ୍ୟା । ତେବେ ଖବର ଅନୁଯାୟୀ, ଖୁବଶୀଘ୍ର ଦିଲ୍ଲୀବାସୀ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି ।

author img

By

Published : Dec 25, 2019, 3:39 AM IST

ତ୍ରାହି ପାଇବେ ଦିଲ୍ଲୀବାସୀ; କମିବ ଟ୍ରାଫିକ ଜାମ
ତ୍ରାହି ପାଇବେ ଦିଲ୍ଲୀବାସୀ; କମିବ ଟ୍ରାଫିକ ଜାମ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କେବଳ ପ୍ରଦୂଷଣ ନୁହେଁ ଟ୍ରାଫିକ ଜାମ ବି ଦିଲ୍ଲୀବାସିନ୍ଦାଙ୍କ ପାଇଁ ଏକ ବଡ ସମସ୍ୟା । ତେବେ ଖବର ଅନୁଯାୟୀ, ଖୁବଶୀଘ୍ର ଦିଲ୍ଲୀବାସୀ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି । କାରଣ ଦିଲ୍ଲୀରେ ହେବାକୁ ଯାଉଛି ହାଇସ୍ପିଡ ସିଗନାଲ ଫ୍ରି କରିଡର । ଏହି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର । ସଡକ ପରିବହନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର ଦିନ ଏହି ପ୍ରୋଜେକ୍ଟର ଶୁଭ ଦେବେ ।

ସୂଚନା ଅନୁଯାୟୀ, ଏହି ପ୍ରୋଜେକ୍ଟର ବ୍ୟୟ ଅଟକଳ ପ୍ରାୟ 2.820 କୋଟି ରହିଛି । ଅନ୍ୟପଟେ ଏହି ପ୍ରୋଜେକ୍ଟକୁ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ସହିତ ଯୋଡା ଯିବାର ବି ଯୋଜନା ରହିଛି । ଏହି କରିଡର ହାଇସ୍ପିଡ ହେବା ସହ ସିଗନାଲ ଫ୍ରି କରାଯିବ ଯାହା ଫଳରେ ଗାଡି ଅଟକିବା ଦରକାର ପଡିବନି ।

ଏହି କରିଡର 6 ଲେନ ବିଶିଷ୍ଟ କରାଯିବାର ଯୋଜନା ରହିଛି । ଏହି ଲେନ ପୂର୍ବ ଦିଲ୍ଲୀ ହୋଇ ବାଗପତ ରୋଡସ୍ଥିତ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ଜଙ୍କସନ ସହ ଯୋଡିହେବ । ଆଉ ଆଶା କରାଯାଉଛି ଏହି କରିଡର ହେବା ପରେ ଦିଲ୍ଲୀବାସୀ ଟିକେ ଆଶ୍ବସ୍ତି ପାଇବେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.