ETV Bharat / bharat

ସୁରକ୍ଷିତ ସାମାଜିକ ଦୂରତା ନୁହେଁ 6 ଫୁଟ୍ - ସୁରକ୍ଷିତ ସାମାଜିକ ଦୂରତ୍ବ

ସାଧାରଣ କାଶ ଯାହା ପବନରେ ଘଣ୍ଟା ପ୍ରତି 4ରୁ 15 କିଲୋମିଟର ବେଗରେ ଗତି କରିଥାଏ ତାହା 18 ଫୁଟ୍ ଯାଏଁ ଛିଟିକିପାରେ । ଜଣେ ବ୍ୟକ୍ତି ସାଧାରଣ ବା ହାଲକା କାଶିଲେ ଏହା ପବନରେ 18 ଫୁଟ୍ ଯାଏଁ ଗତି କରିଥାଏ । ଅଧିକ ପଢନ୍ତୁ...

ସୁରକ୍ଷିତ ସାମାଜିକ ଦୂରତା ନୁହେଁ 6 ଫୁଟ୍
ସୁରକ୍ଷିତ ସାମାଜିକ ଦୂରତା ନୁହେଁ 6 ଫୁଟ୍
author img

By

Published : May 21, 2020, 5:05 PM IST

ୱାଶିଂଟନ: ସାମାଜିକ ଦୂରତ୍ବ ପାଇଁ ଥିବା ଗାଇଡଲାଇନ ସୁରକ୍ଷିତ ନୁହେଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଫିଜିକ୍ସ ଅଫ୍ ଫ୍ଲୁଡ୍ସ ପେପରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁସାରେ ଏହି ତଥ୍ୟ ଜଣାପଡିଛି । ଆମେରିକା ରିସର୍ଚ୍ଚରଙ୍କ ଅନୁସାରେ ଗାଇଡଲାଇନରେ ଥିବା ଏହି ଦୂରତ୍ବ ଜଣେ ଲୋକ ପାଇଁ ସୁରକ୍ଷିତ ନୁହେଁ ।

ଏହା ଅନୁସାରେ ସାଧାରଣ କାଶ ଯାହା ପବନରେ ଘଣ୍ଟା ପ୍ରତି 4ରୁ 15 କିଲୋମିଟର ବେଗରେ ଗତି କରିଥାଏ ତାହା 18 ଫୁଟ୍ ଯାଏଁ ଛିଟିକିପାରେ । ଅର୍ଥାତ ଜଣେ ବ୍ୟକ୍ତି ସାଧାରଣ ବା ହାଲକା କାଶିଲେ ଏହା ପବନରେ 18 ଫୁଟ୍ ଯାଏଁ ଗତି କରିଥାଏ । ଯଦି ଏହାକୁ ରୁମାଲ ବା ଟିସୁରେ ଅଟକାନଯାଏ ତେବେ ଏହା 6 ଫୁଟର 3 ଗୁଣ ଦୂର ଯାଏଁ ଯାଇପାରିବ । ଫଳରେ ଏହାଦ୍ବାରା ବାୟୁରେ କୋଭିଡ 19 ଭଳି ଭୂତାଣୁ ଅଧିକ ବ୍ୟାପିପାରିବ ବୋଲି ରିସର୍ଚ୍ଚର ଆଶଙ୍କା ପ୍ରକାଶ କରିଛନ୍ତି ।

ଏପରିକି ଘଣ୍ଟାପ୍ରତି 4 କିଲୋମିଟର ବେଗରେ ଗତି କଲେ ମଧ୍ୟ ମାତ୍ର 5 ସେକେଣ୍ଡରେ ଏହା 18 ଫୁଟ୍ ଗତି କରିପାରେ । ବିଶେଷ କରି ଯୁବପିଢି ଓ ବିଭିନ୍ନ ଉଚ୍ଚତାର ପିଲାଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିପାରେ । କମ ଉଚ୍ଚତାର ଥିବା ପିଲା ଏହାର ଶିକାର ହୋଇପାରନ୍ତି । କାଶିବା ପରେ ଏହା ବାୟୁରେ ଗତି କରିବା ସମୟରେ ଏହାର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ 6 ଫୁଟ୍ ଦୂରତା ଅତି ସହଜରେ ପାର କରିପାରନ୍ତି । ଏହାର ପ୍ରଭାବ 18 ଫୁଟ୍ ଯାଏଁ ଆରାମରେ ରହିଥାଏ ବୋଲି ଜଣାପଡିଛି ।

ତେଣୁ୍ କେବଳ କାଶିବାକୁ ଘୋଡାଇ ଦେଲେ ଅଥବା କାଶୁଥିବା ଲୋକଠାରୁ ଦୂରରେ ରହିଲେ କୋଭିଡ 19ଠାରୁ ବଞ୍ଚିବା ସୁରକ୍ଷିତ ନୁହେଁ । ରିସର୍ଚ୍ଚମାନେ ଏହି ରିସର୍ଚ୍ଚ କରି ଲୋକଙ୍କୁ ସାବଧାନ କରିଛନ୍ତି ଆକ୍ରାନ୍ତ ବ୍ୟକ୍ତି ଅଥବା ଲକ୍ଷଣ ଥିବା ଲୋକଙ୍କଠାରୁ ଅତିକମରେ 20 ଫୁଟ୍ ଦୂରତା ବଜାୟ ରଖିବାକୁ । କାରଣ ଗାଇଡ ଲାଇନ୍ ଅନୁସାରେ 6 ଫୁଟ୍ ସୁରକ୍ଷିତ ନୁହେଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.