ETV Bharat / bharat

1 କୋଟି ମୂଲ୍ୟର ଡ୍ରଗ୍ସ ସହ 270 କିଲୋଗ୍ରାମ ଗଞ୍ଜେଇ ଜବତ; ୪ ଗିରଫ

author img

By

Published : Aug 20, 2020, 3:05 PM IST

ରୋହଟକ ଏବଂ ଜିନ୍ଦ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଘଟଣାରେ 270 କିଲୋଗ୍ରାମର ଗଞ୍ଜେଇ ସହ 1 କେଜି 400 ଗ୍ରାମ ଡ୍ରଗ୍ସ ଜବତ କରିଛି ହରିୟାଣା ପୋଲିସ । ଏହା ସହ 6 ଜଣଙ୍କୁ ଗିରଫ କରିଛି । ତେବେ ଡ୍ରଗ୍ସର ଆନୁମାନିକ ମୁଲ୍ୟ 1 କୋଟି ବୋଲି କୁହା ଯାଉଛି । ଅଧିକ ପଢନ୍ତୁ...

1 କୋଟି ଟଙ୍କାର ଡ୍ରଗ୍ସ ସହ 270 କିଲୋଗ୍ରାମ ଗଞ୍ଜେଇ ଜବତ; ୪ ଗିରଫ

ଚଣ୍ଡିଗଡ଼: ଦିନକୁ ଦିନ ଗଞ୍ଜେଇ ଓ ଡ୍ରଗ୍ସ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି 270 କିଲୋଗ୍ରାମର ଗଞ୍ଜେଇ ସହ 1 କେଜି 400 ଗ୍ରାମ ଡ୍ରଗ୍ସ ଜବତ କରିଛି ହରିୟାଣା ପୋଲିସ । ରୋହତକ ଏବଂ ଜିନ୍ଦ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଘଟଣାରେ ସେମାନଙ୍କ ନିକଟରୁ ଗଞ୍ଜେଇ ଓ ଡ୍ରଗ୍ସ ଜବତ ସହ ହରିୟାଣା ପୋଲିସ 6 ଜଣଙ୍କୁ ଗିରଫ କରିଛି ।

ଜବତ ଡ୍ରଗ୍ସର ଆନୁମାନିକ ମୁଲ୍ୟ 1 କୋଟି ବୋଲି କୁହା ଯାଉଛି । ତେବେ ଦୁଇଟି କାରରେ ଚାରି ଜଣ ବ୍ୟକ୍ତି ଏହି ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏକ ଚେକ୍ ପୋଷ୍ଟରେ ଜଣେ ମହିଳାଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବୋଲି ହରିୟାଣା ପୋଲିସର ମୁଖପାତ୍ର କହିଛନ୍ତି । ପୋଲିସ ସେମାନଙ୍କ ନିକଟରୁ ପ୍ରାୟ 1 କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଏବଂ 1 ଲକ୍ଷ ଟଙ୍କା ଏବଂ ଦୁଇଟି କାର ଜବତ କରିଛି । ଏହି ଚୋରା ଚାଲାଣକାରୀମାନେ ହେଲେ ୟୁପି ପିଲିଭିଟର କିଶାନ ଗୁପ୍ତା ଓ ସଞ୍ଜୀବ କୁମାର, ଏବଂ ରୋହଟକର ନିହାଲ କୌର ଓ ସଞ୍ଜୟ ।

ସେହିପରି ଜିନ୍ଦରେ ହୋଇଥିବା ଅନ୍ୟ ଏକ ପୃଥକ ଘଟଣାରେ ପୋଲିସ ବିଶାଖାପାଟନମର ଏକ କ୍ୟାଣ୍ଟରରୁ 270 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କମଲ ଏବଂ ଅଜୟ । ତେବେ ସେମାନଙ୍କ ବିରୋଧରେ NDPS ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.