ETV Bharat / bharat

'ଭାରତ-ଚୀନ ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି' - ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ

ଚୀନ ସହ ଭାରତର ସୀମାନ୍ତ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ଥିବା ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି । ଅଧିକ ପଢନ୍ତୁ...

ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ
ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ
author img

By

Published : Jun 13, 2020, 1:02 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମାନ୍ତରେ ଉପୁଜିଥିବା ବିବାଦ ମଧ୍ୟରେ ଶନିବାର ଆଶ୍ବସ୍ଥିକର ଖବର ଶୁଣାଇଛନ୍ତି ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ । ଚୀନ ସହ ଭାରତର ସୀମାନ୍ତ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ଥିବା ନରୱଣେ କହିଛନ୍ତି । ଭାରତ ଏବଂ ଚୀନ ମଧ୍ୟରେ ସମସ୍ତ ଆଧିକାରିକ ବୈଠକ ଜାରି ରହିଛି । ଆଲୋଚନା ଜରିଆରେ ଆମେ ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ମତପାର୍ଥକ୍ୟକୁ ଦୂର କରିବୁ ବୋଲି ଆଶା ପୋଷଣ କରିଛନ୍ତି ନରୱଣେ ।

ତେବେ ଭାରତ-ଚୀନ ସୀମାରେ ଦେଖାଦେଇଥିବା ତିକ୍ତତାକୁ ନେଇ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଛି । ଚୀନ ସହ ଜାରି ବିବାଦକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି । ତେବେ ଏଭଳି ସ୍ଥିତିରେ ସ୍ଥିତି ନିୟନ୍ତ୍ରଣ ଥିବା ନେଇ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ । ସେ କହିଛନ୍ତି, 'ଆମେ ଚୀନ ସହ ଲଗାତାର ଆଲୋଚନା କରୁଛୁ । ଏହି ଆଲୋଚନା କମାଣ୍ଡର ସ୍ତରୀୟ ବାର୍ତ୍ତା ସହ ଆରମ୍ଭ ହୋଇଥିଲା ଏବଂ ସ୍ଥାନୀୟ ସ୍ଥରରେ ସମକକ୍ଷ କମାଣ୍ଡରଙ୍କ ବୈଠକ ସହ ଏହାର ପାଳନ ହେଉଛି । ଆମ ଦ୍ବାରା କରାଯାଉଥିବା ନିରନ୍ତର ସମ୍ବାଦ ମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ଉପୁଜିଥିବା ମତପାର୍ଥକ୍ୟକୁ ଦୂର କରିବୁ ବୋଲି ଆଶା କରୁଛୁ । '

ଏହା ବ୍ୟତୀତ ନରୱଣେ ନେପାଳ ସୀମା ବିବାଦକୁ ନେଇ କହିଛନ୍ତି, 'ନେପାଳ ସହ ଆମ ସମ୍ପର୍କ ମଜବୁତ ରହିଛି । ନେପାଳ ଆମ ପଡୋଶୀ ଦେଶ । ତା ସହ ଆମର ଭୌଗୋଳିକ, ସାଂସ୍କୃତିକ, ଐତିହାସିକ ଏବଂ ଧାର୍ମିକ ସମ୍ପର୍କ ରହିଛି । ଉଭୟ ଦେଶ ମଧ୍ୟରେ ପୂର୍ବରୁ ମଧ୍ୟ ଭଲ ସମ୍ପର୍କ ରହିଥିଲା ଆଗକୁ ମଧ୍ୟ ରହିବ । '

ସୂଚନାଯୋଗ୍ୟ ଯେ, ସୀମାନ୍ତ ସେନାଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ଭାରତ ଏବଂ ଚୀନର ମିଲିଟାରୀ ଅଫିସରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.