ETV Bharat / bharat

କେନ୍ଦ୍ରକୁ ଦିଲ୍ଲୀ ପାଇଁ ପାଣ୍ଠି ମାଗିଲେ ସିସୋଦିଆ

ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଦିଲ୍ଲୀରେ କୋରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପାଣ୍ଠି ଦାବି କରିଛନ୍ତି । ଏହାସହ ଦିଲ୍ଲୀରେ ମାମଲା ସଂଖ୍ୟା ଦେଶରେ ତୃତୀୟ ସର୍ବାଧିକ ବୋଲି ସେ କହିଛନ୍ତି ।

Sisodia demands funds
କେନ୍ଦ୍ରକୁ ଦିଲ୍ଲୀ ପାଇଁ ପାଣ୍ଠି ମାଗିଲେ ସିସୋଦିଆ
author img

By

Published : Apr 5, 2020, 10:03 AM IST

ନୂଆଦିଲ୍ଲୀ: ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଦିଲ୍ଲୀରେ କୋରୋନା ରୋଗର ମୁକାବିଲା ପାଇଁ ବିପର୍ଯ୍ୟୟ ପାଣ୍ଠି ଦାବି କରିଛନ୍ତି । ଏହାସହ ଦିଲ୍ଲୀରେ ମାମଲା ସଂଖ୍ୟା ଦେଶରେ ତୃତୀୟ ସର୍ବାଧିକ ବୋଲି ସେ କହିଛନ୍ତି ।

ସିସୋଦିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠିରୁ ରାଜ୍ୟକୁ 17,000 କୋଟିରୁ ଅଧିକ ଟଙ୍କା ଦେଇଥିବା ବେଳେ ଦିଲ୍ଲୀକୁ ଗୋଟିଏ ଟଙ୍କା ମଧ୍ୟ ଦିଆଯାଇ ନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଦିଲ୍ଲୀର ଲୋକମାନେ ସରକାରଙ୍କ ଦ୍ୱାରା ନ୍ୟାୟ ଏବଂ ସମାନ ବ୍ୟବହାର ଆଶା କରୁଛନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି ।

ଦିଲ୍ଲୀ ସରକାର ପ୍ରାୟ 6.5 ଲକ୍ଷ ଲୋକଙ୍କୁ ଦିନରେ ଦୁଇ ଥର ଖାଇବାକୁ ଦେଉଛି । ଏହାସହ 73 ଲକ୍ଷ ରାଇସନ କାର୍ଡ ଧାରୀଙ୍କ ସମତେ 10 ଲକ୍ଷ ଅନ୍ୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଛି ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ମୋଟ 445 କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.