ETV Bharat / bharat

ଅଣାୟତ୍ତ କୋରୋନା, 24 ଘଣ୍ଟାରେ ଦେଶରୁ 95735 ଆକ୍ରାନ୍ତ ଚିହ୍ନଟ

author img

By

Published : Sep 10, 2020, 10:25 AM IST

24 ଘଣ୍ଟାରେ ଦେଶରେ ସର୍ବାଧିକ 95 ହଜାର 735 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ଲକ୍ଷ 65, ହଜାର 864ରେ ପହଞ୍ଚିଛି ।

_corona upadate
ଗୋଟିଏ ଦିନରେ ଦେଶରେ ସର୍ବାଧିକ 95735 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ମାରାତ୍ମକ କୋରୋନା ଭାଇରସ । ଏହି କ୍ରମରେ 24 ଘଣ୍ଟାରେ ଦେଶରେ ସର୍ବାଧିକ 95 ହଜାର 735 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ଲକ୍ଷ 65, ହଜାର 864ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେସୁଦ୍ଧା 34 ଲକ୍ଷ 71ହଜାର 784 ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଯାହା ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏଥିସହ 9 ଲକ୍ଷ 19ହଜାର 018 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା 24 ଘଣ୍ଟାରେ ଦେଶରେ 1,172 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 75062 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.