ETV Bharat / bharat

ସଂକ୍ରମଣ ରୋକିବାକୁ ସିଙ୍ଗାପୁର ସରକାରଙ୍କ ଭାସମାନ ହୋଟେଲ ବ୍ୟବସ୍ଥା

author img

By

Published : Apr 13, 2020, 3:14 PM IST

ସିଙ୍ଗାପୁରରେ ନିର୍ମାଣ ହେଉଛି ଭାସମାନ ହୋଟେଲ। ଏଥିରେ ପାଖାପଖି 100 ରୁ ଉର୍ଦ୍ଧ୍ବ ବିଦେଶୀ କର୍ମଚାରୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ।

ସଂକ୍ରମଣ ରୋକିବାକୁ ସିଙ୍ଗାପୁର ସରକାରଙ୍କ ଭାସମାନ ହୋଟେଲ ବ୍ୟବସ୍ଥା
ସଂକ୍ରମଣ ରୋକିବାକୁ ସିଙ୍ଗାପୁର ସରକାରଙ୍କ ଭାସମାନ ହୋଟେଲ ବ୍ୟବସ୍ଥା

ସିଙ୍ଗାପୁର: କର୍ମଚାରୀଙ୍କୁ କୋରୋନାରୁ ଦୂରେଇ ରଖିବାକୁ ସିଙ୍ଗାପୁରରେ ନିର୍ମାଣ ହେଉଛି ଭାସମାନ ହୋଟେଲ। ଏଥିରେ ପାଖାପଖି 100 ରୁ ଉର୍ଦ୍ଧ୍ବ ବିଦେଶୀ କର୍ମଚାରୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା ମୁଖ୍ୟତଃ ଅଫଶୋର ଏବଂ ସାମୁଦ୍ରିକ ଶିଳ୍ପ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହୁଏ ।

ତେବେ ସିଙ୍ଗାପୁରରେ ଆସି ରହୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ, ଦକ୍ଷିଣ ଏସିଆର ଶ୍ରମିକ, ସିଙ୍ଗାପୁରର ଛୋଟ ଛାତ୍ରାବାସରେ ରୁହନ୍ତି। ଯାହାକି ନିକଟ ଅତୀତରେ କୋରୋନାଭାଇରସ୍ ସଂକ୍ରମଣର ସବୁଠାରୁ ବଡ ଉତ୍ସ ଭାବେ ଉଭା ହୋଇଛି । ତେବେ ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖିସିଙ୍ଗାପୁର ସରକାର ଏପରି ଭାସମାନ ହୋଟେଲର ବ୍ୟବସ୍ଥା କରିଛନ୍ତି।

ଏହି ଜାହାଜରେ ସାମରିକ ଶିବିର, ଏକ ପ୍ରଦର୍ଶନୀ କେନ୍ଦ୍ର, ଖାଲି ପବ୍ଲିକ୍ ହାଉସିଂ ବ୍ଲକ୍ ଏବଂ ରହିବ। ଜାହାଜ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରୁଛି। ଯାହାକୁ ସେମାନେ “ଭାସମାନ ହୋଟେଲ” ବୋଲି କୁହାଯାଉଛି।

ପରିବହନ ମନ୍ତ୍ରୀ ଖା ବୁନ୍ ୱାନ୍ ରବିବାର ଦିନ ଏହି ଜାହାଜ ପରିଦର୍ଶନ କରିବା ପରେ ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ପ୍ରତ୍ୟେକ ସୁବିଧା ଏହି ଜାହାଜରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସିଙ୍ଗାପୁର ରିପୋର୍ଟ ରବିବାର ସୁଦ୍ଧା 233 ଟି ନୂଆ କୋରୋନାଭାଇରସ୍ ମାମଲା ସାମ୍ନାକୁ ଆସିଥିବା ବେଳେ ସମୁଦାୟ 2532 ମାମଲା ରୋକର୍ଡ ହୋଇଛି। ଏହାସହ ଆଠ ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.