ଲକ୍ଷ୍ନୌ: ପିଏମ ମୋଦି ଅଗଷ୍ଟ 5ରେ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜା କରିବେ । ତେବେ ସମସ୍ତ ଧାର୍ମିକ ଅନୁଷ୍ଠାନର ଦାୟିତ୍ବ କାଶୀ ବିଶ୍ବନାଥର ପଣ୍ଡିତମାନଙ୍କୁ ମିଳିଛି । କାଶୀ ବିଦ୍ବତ ପରିଷଦର 3 ବିଦ୍ବାନ ପୂଜା ପାଇଁ ଆବଶ୍ୟକତା ସାମଗ୍ରୀକୁ ନେଇ ଅଯୋଧ୍ୟା ଗସ୍ତ କରିବେ ।


ତେବେ ଏହି ପୂଜା ସାମଗ୍ରୀ ମଧ୍ୟରେ ସବୁଠାରୁ ପବିତ୍ର ମନେ କରାଯାଉଥିବା ସୁନା ଓ ଚାନ୍ଦି ରୂପାର ବସ୍ତୁ ସାମିଲ ରହିଛି । ସେଥିରେ ଭଗବାନ ବିଶ୍ବେଶ୍ବରଙ୍କ ଆଶୀର୍ବାଦ ସ୍ବରୂପ ରୂପାର 5ଟି ବେଲପତ୍ର, ସୁନାର ନାଗ-ନାଗୁଣୀ ଯୋଡା, ପଞ୍ଚରତ୍ନ, ବାବା ବିଶ୍ବନାଥଙ୍କ ଚନ୍ଦନ ଓ ଭୂମି ପୂଜାରେ ସାମିଲ ରୂପାର କଇଁଛ ମଧ୍ୟ ରହିଛି । ଏହି ସବୁ ସାମଗ୍ରୀ ବାବା ବିଶ୍ବନାଥଙ୍କୁ ଚଢା ଗଲା ପରେ ପ୍ରସାଦ ସ୍ବରୂପ ଅଯୋଧ୍ୟାକୁ ନିଆଯିବ । ଭୂମି ପୂଜନବେଳେ ଏହାକୁ ପ୍ରଧାନମନ୍ତ୍ରୀ ମୋଦି ସ୍ଥାପିତ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ