ଗ୍ୟାଙ୍ଗଟକ: ସିକିମ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସପ୍ତାହକୁ ମିଳିବ 2ଦିନ ଛୁଟି । ମାତ୍ର 5ଦିନ କରିବାକୁ ପଡିବ କାମ । ସୋମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ପ୍ରେମ ସିଂହ ତମାଙ୍ଗ ଏ ନେଇ ଘୋଷଣା କରିଛନ୍ତି ।
ଏଭଳି ପ୍ରଂଶସନୀୟ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି । ବଡ କଥା ହେଲା ଶପଥ ନେଉ ନେଉ ସେ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ପୂରଣ କରିଛନ୍ତି । ଏହି ଅତିରିକ୍ତ ଛୁଟିକୁ କର୍ମଚାରୀ ତାଙ୍କ ପରିବାର ଓ ସ୍ବାସ୍ଥ୍ୟ ପାଇଁ ଉପଯୋଗ କରିବେ ବୋଲି କହିଛନ୍ତି ପ୍ରେମ ।
ଏଥିସହ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀମାନେ ଏବେ ଫର୍ଚ୍ୟୁନର ବଦଳରେ ସ୍କର୍ପିଓର ବ୍ୟବହାର କରିବେ । ବ୍ୟୁରୋକ୍ରାଟ ଓ ରାଜନେତା ସମେସ୍ତେ ମିଳିମିଶି ଗୋଟିଏ ପରିବାର ଭଳି କାମ କରିବାକୁ ପ୍ରେମ ଆହ୍ବାନ ଦେଇଛନ୍ତି ।