ଶ୍ରୀନଗର: କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଦର୍ଶକ ମାନଙ୍କ ପାଇଁ ନିର୍ଦ୍ଦେଶାନାମା ଜାରିକରିଛି । ଏହି ନିର୍ଦ୍ଦେଶାନାମାରେ ଆସନ୍ତା 28 ଦିନ ପାଇଁ ମନ୍ଦିର ପରିଦର୍ଶନ ନ କରିବାକୁ କୁହାଯାଇଛି ।
ମନ୍ଦିରକୁ ପରିଦର୍ଶନ କରିବାକୁ ଆସୁଥିବା ବିଦେଶୀ ତଥା ଘରୋଇ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଏହା ଜାରି କରାଯାଇଛି । ସେହିପରି ଥଣ୍ଡା, କାଶ, କଫ ଭଳି ସମସ୍ୟା ରହିଥିବା ଘରୋଇ ପର୍ଯ୍ୟଟକ ମାନଙ୍କୁ ଯାତ୍ରା ସ୍ଥଗିତ କରି ପରବର୍ତ୍ତୀ ସମୟରେ ପରିଦର୍ଶନ କରିବାକୁ ମନ୍ଦିର ବୋର୍ଡ ପକ୍ଷରୁ କୁହାଯାଇଛି ।
@ANI