ନୂଆଦିଲ୍ଲୀ: ୨୦୧୯ ଅଗଷ୍ଟ ୫ ଏକ ଐତିହାସିକ ଦିନ ଥିଲା । ଏହି ଦିନ ସଂସଦରେ ୩୭୦ ଧାରା ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଏହି ଧାରା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଏବେ ଏହି ଧାରା ନାମରେ ସ୍ବାଦରେ ଭରପୂର ଏକ ଥାଳି ଖାଇବା 'ଆର୍ଟିକିଲ ୩୭୦' ଥାଳି ବ୍ୟବସ୍ଥା କରିଛି ଏକ ରେଷ୍ଟୁରାଣ୍ଟ । ଜାମ୍ମୁ-କାଶ୍ମୀରର ସରକାରୀ ଆଡି ଦେଖାଇଲେ 370ଟଙ୍କାର ରିହାତି ପ୍ରଦାନ କରୁଛି ଏହି ରେଷ୍ଟୁରାଣ୍ଟ ।
ସୂଚନା ଅନୁସାରେ ଦିଲ୍ଲୀର କନ୍ନଟପ୍ଲେସ୍ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଆରଡୋର2.1 ନାମକ ଏହି ରେଷ୍ଟୁରାଣ୍ଟ 'ଆର୍ଟିକିଲ ୩୭୦' ଥାଳି ବ୍ୟବସ୍ଥା କରିଛି।
ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ପରିଚୟପତ୍ର ଦେଖାଇ ଉକ୍ତ ସ୍ବତନ୍ତ୍ର ଥାଳି ଖାଇଲେ ୩୭୦ ଟଙ୍କା ରିହାତି ଦିଆଯାଉଛି । ସୁଦ୍ଧ ଶାକାହାରୀ ଥାଳିର ମୂଲ୍ୟ ୨,୩୭୦ ଟଙ୍କା ଥିବାବେଳେ ନନ୍ଭେଜ୍ଙ୍କ ପାଇଁ ୨,୬୬୯ (ଅତିରିକ୍ତ ଟିକସ) ରହିଛି । ଏହି ଥାଳିରେ କାଶ୍ମାର ପଲାଉ, ଖାମେର କି ରୋଟି, ନାଦରୁ କି ସାମି, ଭଲି ଭେଜ୍ ଓ ନନ୍ବେଜ ଡିସ୍ ପରଷାଯାଉଛି ।
ଏଠାରେ ସୂଚନା ଯୋଗ୍ୟ ୟେ ପୂର୍ବରୁ ଏହି ରେଷ୍ଟୁରାଣ୍ଟ ‘ମୋଦି ଜି-56 ଇଞ୍ଚ ଥାଳି’ର ବ୍ୟବସ୍ଥା ନିଜ ଗ୍ରାହକଙ୍କ ପାଇଁ ଉପଲବ୍ଧ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିଧିକୁ ଆସିଥିଲା । ନିର୍ବାଚନ ସମୟରେ ଏହି ରେଷ୍ଟୁରାଣ୍ଟ ଇଲେକ୍ସନ ସ୍ପେସିଆଲ ଥାଳିର ବ୍ୟବସ୍ଥା ମଧ୍ୟ କରିଥିଲା ଯାହାର ନାମ ‘ୟୁନାଟେଡ୍ ଇଣ୍ଡିଆ ଥାଳି’ ରଖାଯାଇଥିଲା ।