ETV Bharat / bharat

‘ଶିବସେନା ହାତରେ ହିଁ ଅଛି ସରକାର ଗଢିବା ପାୱାର’ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡନାଭିସଙ୍କ ଇସ୍ତଫା ପରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 8, 2019, 7:11 PM IST

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏକ ପ୍ରକାର ଘୋଡା ଦୌଡ ଲାଗିରହିଛି । ସରକାର ଗଠନ ହେବା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଶିବସେନା ମଧ୍ୟରେ ରୀତିମତ ଲଢ଼େଇ ଲାଗି ରହିଛି ।

ଏହାଭିତରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାପରେ ପ୍ରେସ୍‌ କନଫରେନ୍ସରେ ଶିବସେନା ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି ଫଡନାଭିସ । ଏହାପରେ ଶିବସେନା ନେତା ସଂଞ୍ଜୟ ରାଉତ ପ୍ରତିକ୍ରିୟାରେ ବିଜେପିକୁ ଚେତାଇ ଦେଇଛନ୍ତି । ଏବେ ବି ଚାହିଁଲେ ଶିବସେନା ସରକାର ଗଠନ କରିପାରିବ ବୋଲି ସେ କହିଛନ୍ତି ।

ଶୁକ୍ରବାର ଗୋଟିଏ ପଟେ ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଅନ୍ୟପଟେ ସଞ୍ଜୟ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି । ଏହାପରେ ସେ କହିଛନ୍ତି ଯେ, ପାୱାରଙ୍କ ବାସଭବନରେ ଦେବେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ଭାବେ ଶୁଣିଛନ୍ତି ।

ଇସ୍ତଫା ପ୍ରଦାନ କରିବା ନିୟମାଧୀନ ପ୍ରକ୍ରିୟା । ଏହାସହ ଶିବସେନା ପକ୍ଷରୁ ପିଏମ୍‌ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ କୌଣସି ପ୍ରକାର ବାୟନବାଜି ହୋଇନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।

ଏହସହ 50-50 ଫର୍ମୁଲା ବାବଦରେ ସେ ଅବଗତ ନଥିବା କଥା କହିଛନ୍ତି । ମାତ୍ର ଶିବସେନା ହାଇକମାଣ୍ଡ ଉଦ୍ଧବ ଠାକ୍‌ରେ ଅଢେଇ ବର୍ଷିଆ ଡିଲ୍‌ ହୋଇଥିବା କଥା ସ୍ପଷ୍ଟ କରିଥିଲେ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ 50-50 ଉପରେ ସହମତି ହୋଇଥିବା କଥା କହିଛନ୍ତି ।

ଏହାସହ ସଞ୍ଜୟ ଫଡନାଭିସଙ୍କ ବୟାନର କଡା ପ୍ରତିଉତ୍ତର ଦେଇଛନ୍ତି । ଯଦି ରାଜ୍ୟରେ ପୁଣି ଥରେ ବିଜେପି ସରକାର ଆସେ ତେବେ ବିଜେପିକୁ ଅଭିନନ୍ଦନ । ଗଣତନ୍ତ୍ରରେ ଯାହା ପାଖରେ ବହୁମତ ଥାଏ, ସେ ହିଁ ସରକାର ଗଢିଥାଏ । ଏହାସହ ଯଦି ଶିବସେନା ଚାହିଁବ ତେବେ ସରକାର ଗଢି ପାରିବ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଇସ୍ତଫା ଦେବା ପରେ ଫଡ଼ନାଭିସ ଗଣମାଧ୍ୟମକୁ କହିଛନ୍ତି ପୂର୍ବରୁ ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ନେଇ କୌଣସି ଆଲୋଚନା ହୋଇନି । ମୋଦିଙ୍କୁ ଯେଉଁଭଳି ଭାଷାରେ ଶିବସେନା ନେତା ସମାଲୋଚନା କରିଛନ୍ତି, ତାହା ଆମକୁ ଅଧିକ ଦୁଃଖ ଦେଇଛି ବୋଲି ସେ କହିଥିଲେ ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.