ETV Bharat / bharat

କର୍ଣ୍ଣାଟକରେ ଲାଗୁ ରାଷ୍ଟ୍ରପତି ଶାସନ: ଶିବସେନା

author img

By

Published : Jul 22, 2019, 11:57 AM IST

କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଲଗାଯାଉ କିମ୍ବା ସରକାର ଭଙ୍ଗ କରି ପୁନଃନିର୍ବାଚନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶିବସେନା କହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛି ଶିବସେନା । କର୍ଣ୍ଣାଟକରେ ଲୋକତନ୍ତ୍ରର ହତ୍ୟା କରାଯାଉଥିବା ନିଜ ମୁଖପତ୍ର ସାମ୍ନାରେ ଲେଖିଛି ଦଳ । କର୍ଣ୍ଣାଟକ ସଙ୍କଟ ଉପରେ କେନ୍ଦ୍ର ସରକାର ମୁକଦର୍ଶକ ପାଲଟିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଯାଉ କିମ୍ବା ସରକାର ଭଙ୍ଗ କରି ପୁନଃନିର୍ବାଚନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛି ଶିବସେନା । ଏହା ଦ୍ବାରା କର୍ଣ୍ଣାଟକର ସାଧାରଣ ଲୋକଙ୍କୁ ମଧ୍ୟ ନିଷ୍ପତ୍ତି ନେବାର ସୁଯୋଗ ମିଳିବ ।

ସେ କର୍ଣ୍ଣାଟକରେ ଚାଲିଥିବା ନାଟକକୁ ସମାଲୋଚନା କରି କହିଛନ୍ତି, ରାଜ୍ୟପାଳ, ବାଚସ୍ପତି ଏବଂ କୁମାର ସ୍ବାମୀ ଏହି ଖେଳରେ ନିଜ ନିଜ ଗୋଟି ଚଳାଉଛନ୍ତି । ଯାହା କରିବା କଥା ତାହା ହେଉନାହିଁ । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାନସଭାରେ ଚର୍ଚ୍ଚା କରି ସମୟ ଗଡାଇବା ବଦଳରେ ସିଧା ସିଧା ମତଦାନ କରି ଲୋକତନ୍ତ୍ରର ପକ୍ଷ ରଖିବା ଉଚିତ୍‌ । କିନ୍ତୁ ତାଙ୍କ ମନ ମୁଖ୍ୟମନ୍ତ୍ରୀ ପଦବୀରେ ଅଟକି ଯାଇଛି ବୋଲି ଶିବସେନା କହିଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.