ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଜାରି ମହା ସଂଗ୍ରାମ ଥମିବାକୁ ନାଁ ନେଉନାହିଁ । ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାର ପ୍ରତିଶୋଧ ପରାୟଣ ହୋଇ କଙ୍ଗନାଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେଉଥିବା ବେଳେ କଙ୍ଗନା ମଧ୍ୟ ଶିବସେନା ଉପରେ ଉଠାଇଛନ୍ତି ଆଙ୍ଗୁଳି ।
ଟ୍ବିଟରେ ମହାରାଷ୍ଟ୍ର ସରକାର ଓ ଶିବସେନା କର୍ମୀଙ୍କ କାର୍ଯ୍ୟକଳାପକୁ ବାରମ୍ବାର ଟାର୍ଗେଟ କରିଚାଲିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । କିଛି ସମୟ ପୂର୍ବରୁ କଙ୍ଗନା ଏକ ଟ୍ବିଟ କରିଛନ୍ତି, ଯେଉଁଥିରେ କିଛି ଶିବସୈନିକ ଜଣେ ଅବସରପ୍ରାପ୍ତ ଭାରତୀୟ ନୌସେନାର ଯବାନଙ୍କୁ ଗୋଡାଇଗୋଡାଇ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି । ତେବେ ଏହି ଭିଡିଓକୁ ସେୟାର କରି ଏହାକୁ ଲଜ୍ୟାଜନକ ବୋଲି କହିଛନ୍ତି କଙ୍ଗନା ।