ETV Bharat / bharat

ଭୋଟ ନଦେଇ ଶିବରାଜଙ୍କ ସମାଲୋଚନାର ଶିକାର ହେଲେ ଦିଗବିଜୟ - digvijay singh

ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ କରିନଥିବାରୁ କଟାକ୍ଷ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 13, 2019, 9:40 AM IST

ଭୋପାଳ: ଭୋଟ ନଦେଇ ବିଜେପି ନେତାଙ୍କ କଟାକ୍ଷର ଶିକାର ହେଲେ କଂଗ୍ରେସ ନେତା ଦିଗବିଜୟ ସିଂ । ରବିବାର ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ କରିନଥିବାରୁ କଟାକ୍ଷ କରିଛନ୍ତି ।

ସେ କହିଛନ୍ତି, ‘‘ଭୋଟ ଦେବା ଆମର ମୌଳିକ କର୍ତ୍ତବ୍ୟ, କିନ୍ତୁ ଯିଏ ଦଶ ବର୍ଷ ହେବ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ସେ କିନ୍ତୁ ଏହା କରିବାରେ ଅସଫଳ ରହିଲେ । ମତଦାନକୁ ପ୍ରତି ତାଙ୍କ ଦୃଷ୍ଟିକୋଣ ବାରି ହୋଇପଡୁଛି’’ । ଏଥିସହ ସେ କହିଛନ୍ତି, ମୋତେ ଲାଗୁଛି ଡିଗ୍ଗୀ ରାଜା କମଳନାଥଙ୍କୁ ଭରସା କରୁନାହାଁନ୍ତି। ସେଥିପାଇଁ ନିଜେ ମତଦାନ କେନ୍ଦ୍ରକୁ ଆସୁନାହାନ୍ତିଁ ।

ପ୍ରକାଶ ଥାଉକି, ଦିଗବିଜୟ ସିଂ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ବିରୋଧରେ ଭୋପାଳରୁ ନିର୍ବାଚନ ଲଢୁଛନ୍ତି । କିନ୍ତୁ ରବିବାର ହୋଇଥିବା ଲୋକସଭାର ଷଷ୍ଠ ପର୍ଯ୍ୟାୟ ମତଦାନରେ ସେ ମତଦାନ କରିପାରିନଥିଲେ । କାରଣ ସେ ଭୋପାଳ ଲୋକସଭା ଆସନର ମତଦାତା ନୁହଁନ୍ତି । ତେବେ ଦିଗବିଜୟ ସିଂ ଙ୍କ ନାମ ମଧ୍ୟପ୍ରଦେଶର ରାଜଗଡ ଲୋକସଭା କ୍ଷେତ୍ରର ଅର୍ନ୍ତଗତ ଅଟେ । ତେଣୁ ସେ ଭୋପାଳ ଲୋକସଭା କ୍ଷେତ୍ରରୁ ମତଦାନ କରିପାରିନଥିଲେ ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.