ETV Bharat / bharat

ଦିଦିଙ୍କ ପରେ ଦାଦା: ଜିଲ୍ଲାପାଳଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ଶିବରାଜ - writes

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଛିନ୍ଦୱାଡା ଜିଲ୍ଲାପାଳଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଲେଖିଛନ୍ତି ଚିଠି ।

ଫାଇଲ ଫଟୋ
author img

By

Published : Apr 25, 2019, 5:37 PM IST

Updated : Apr 25, 2019, 5:55 PM IST

ଭୋପାଳ: ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଛିନ୍ଦୱାଡା ଜିଲ୍ଲାପାଳଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଲେଖିଛନ୍ତି ପତ୍ର । ସେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲାପାଳ ରାଜନୈତିକ ହସ୍ତକ୍ଷେପ କରୁଛନ୍ତି ।

ଶିବରାଜ କହିଛନ୍ତି " ଗତକାଲି ନିର୍ବାଚନ ପ୍ରଚାର କରିବାକୁ ଛିନ୍ଦୱାଡା ଗ୍ରସ୍ତ କରିବାର ଥିଲା । ସେଠାରେ ସଂନ୍ଧ୍ୟା 5.30ରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । କିନ୍ତୁ ଏଥିପାଇଁ ଅନୁମତି ଦେଇ ନଥିଲେ ଜିଲ୍ଲାପାଳ । "

ପୂର୍ବରୁ ଦିଦି ( ମମତା ବାନାର୍ଜୀ) ନିର୍ବାଚନ କାର୍ଯ୍ଯକ୍ରମକୁ ବନ୍ଦ କରିଥିଲେ ଆଉ ଏବେ ଦାଦା ( କମଲ ନାଥ ) ବନ୍ଦ କରୁଛନ୍ତି । ଯଦି ଏମାନେ ହେଲିକପ୍ଟର ଅବତରଣ ପାଇଁ ଅନୁମତି ନଦିଅନ୍ତି ତେବେ ସଡକମାର୍ଗ ବାଛିବି । ଆଉ ଯଦି ସଡକମାର୍ଗରେ ବି ଅନୁମତି ନ ଦିଅନ୍ତି ତାହାଲେ ଚାଲିକରି ନିର୍ବାଚନ ପ୍ରଚାର କରିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଶିବରାଜ । ସେ ଆହୁରି କହିଛନ୍ତି ଗଣତନ୍ତ୍ରରେ ନିର୍ବାଚନ ପ୍ରଚାର କରିବାର ଅଧିକାର ସମସ୍ତଙ୍କର ରହିଛି କିନ୍ତୁ ଏପରି ପ୍ରତିରୋଧ କାର୍ଯ୍ଯ କରିବା ଗ୍ରହଣୀୟ ନୁହେଁ ।

Intro:Body:Conclusion:
Last Updated : Apr 25, 2019, 5:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.