ETV Bharat / bharat

ବିଜେପିକୁ ଶିବସେନାର ପ୍ରଶ୍ନ, ସାବରକରଙ୍କୁ ଏଯାଏଁ କାହିଁକି ମିଳିନି ଭାରତରତ୍ନ ? - ସାବରକର ବିବାଦ

ସାବରକରଙ୍କୁ ନେଇ ପୂନର୍ବାର ଆମ୍ନାସାମ୍ନି ହୋଇଛନ୍ତି ବିଜେପି ଓ ଶିବସେନା । ଅଧିକ ପଢନ୍ତୁ...

ବିଜେପିକୁ ଶିବସେନାର ପ୍ରଶ୍ନ, ସାବରକରଙ୍କୁ ଏଯାଏଁ କାହିଁକି ମିଳିନି ଭାରତରତ୍ନ?

author img

By

Published : Oct 26, 2020, 5:54 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ନେଇ ମହାରାଷ୍ଟ୍ର ସରକାର ଓ ବିଜେପି ମଧ୍ୟରେ ଚାଲିଆସୁଥିବା ବାକଯୁଦ୍ଧ ଏବେ ବୀର ସାବରକରଙ୍କ ପାଖରେ ପହଞ୍ଚିଯାଇଛି । ସାବରକରଙ୍କୁ ନେଇ ପୂନର୍ବାର ଆମ୍ନାସାମ୍ନି ହୋଇଛନ୍ତି ବିଜେପି ଓ ଶିବସେନା ।

କଂଗ୍ରେସ ଦ୍ବାରା ବିନାୟକ ଦାମୋଦର ସାବରକରଙ୍କ ଆଲୋଚନା ନେଇ ନୀରବଦ୍ରଷ୍ଟା ସାଜିଛି ଶିବସେନା । ଏହାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିବାର ଦିନକ ପରେ ପାଲଟା ଜବାବ ଦେଇଛି ଶିବସେନା । ହିନ୍ଦୁତ୍ବ ବିଚାରକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ପାଇଁ ଭାରତରତ୍ନ ମିଳିନାହିଁ ବୋଲି ବିଜେପିକୁ ପ୍ରଶ୍ନ କରିଛ ଶିବସେନା ।

ଗଣମାଧ୍ୟମକୁ ସାକ୍ଷାତ କରି ଶିବସେନା ସାଂସଦ ତଥା ଦଳର ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମହାନ ତଥା ହିନ୍ଦୁତ୍ବ ବିଚାରଧାରା ରଖୁଥିବା ନେତା ସାବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭରତ ରତ୍ନ ଦିଆଯିବା ଉଚିତ। ପରେ ରାଜ୍ୟ ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଶାସକ ଦଳକୁ କ୍ଷମତା ପାଇଁ ହିନ୍ଦୁତ୍ବ ବିରୋଧରେ ଚୁକ୍ତି କରିଥିବା ଅଭିଯୋଗ କରିଛନ୍ତି।

ଉପାଧ୍ୟାୟ କହିଛନ୍ତି, ଉଦ୍ଧବ ଠାକରେ କଂଗ୍ରେସ ଦ୍ବାରା ସାବରକରଙ୍କୁ କରାଯାଇଥିବା ସମାଲୋଚନା ଉପରେ କୌଣସି ଶବ୍ଦ କହି ନାହାଁନ୍ତି । ତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଉତ ସୋମବାର କହିଛନ୍ତି ଯେ ଶିବସେନା ସାବରକରଙ୍କ ସହ ଜଡିତ ପ୍ରସଙ୍ଗରେ କେବେବି ଚୁପ ରହିନାହିଁ କି ରହିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.