ETV Bharat / bharat

ବିହାରରେ 50ଟି ସିଟ୍‌ରେ ପ୍ରତିଦ୍ବନ୍ଦିତା କରିବ ଶିବସେନା, ପ୍ରଚାର କରିବେ ଉଦ୍ଧବ ଠାକରେ

author img

By

Published : Oct 10, 2020, 10:31 AM IST

ବିହାର ନିର୍ବାଚନକୁ ଆଉ ଦିନ କେଇଟା ବାକି । ଏହା ଭିତରେ ଶିବସେନା ମୁଖ୍ୟ ତଥା ଉଦ୍ଧବ ଠାକରେ ମଧ୍ୟ ପ୍ରତିଦ୍ବନ୍ଦିତା ପାଇଁ ସ୍ଥିର କରିଛନ୍ତି। ରାଉତଙ୍କ କହିବା ଅନୁସାରେ ଚଳିତ ବର୍ଷ ପାର୍ଟି 50ଟି ଆସନରେ ପ୍ରତିଦ୍ବନ୍ଦିତା କରିବ। ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ଓ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ବୋଧନ କରିବେ।

ବିହାରରେ 50 ଟି ସିଟ୍ ରେ ପ୍ରତିଦ୍ବନ୍ଦିତା କରିବ ଶିବସେନା, ପ୍ରଚାର କରିବେ ଉଦ୍ଧବ ଠାକରେ

ମୁମ୍ବାଇ: ବିହାର ନିର୍ବାଚନକୁ ଆଉ ଦିନ କେଇଟା ବାକି । ଚଳିତ ବର୍ଷ ଅତ୍ୟନ୍ତ ରୋଚକ ଓ ରୋମାଞ୍ଚକ ମୋଡ ନେଉଛି ବିହାରର ବିଧାନସଭା ନିର୍ବାଚନ। ନୂଆ ଦଳର ସୃଷ୍ଟି ଓ ନୂଆ ଦଳର ଏଣ୍ଟ୍ରି ଦେଖିବାକୁ ମିଳୁଛି। ଏହା ଭିତରେ ଶିବସେନା ମୁଖ୍ୟ ତଥା ଉଦ୍ଧବ ଠାକରେ ମଧ୍ୟ ପ୍ରତିଦ୍ବନ୍ଦିତା ପାଇଁ ସ୍ଥିର କରିଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତଙ୍କ କହିବା ଅନୁସାରେ ଚଳିତ ବର୍ଷ ପାର୍ଟି 50ଟି ଆସନରେ ପ୍ରତିଦ୍ବନ୍ଦିତା କରିବ। ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ଓ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ବୋଧନ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଉଦ୍ଧବ ଠାକରେ ପ୍ରଚାର କରିବେ। ଏହି କାରଣରୁ, ଶିବସେନା ଗୁରୁବାର ଦିନ 22 ଜଣ ନେତାଙ୍କ ତାଲିକା ପ୍ରକାଶ କରିଛନ୍ତି ଯେଉଁମାନେ ବିହାରରେ ନିର୍ବାଚନ ପ୍ରଚାର କରିବେ।

ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ବିନୀ କୁମାରଙ୍କ ଆତ୍ମହତ୍ୟା ଅଭିଯୋଗରେ ଗଣମାଧ୍ୟମର ନିରବତା ଏବଂ ବିରୋଧୀଦଳର ନେତାମାନେ ପ୍ରଶ୍ନ ଉଠାଇ ଏହାକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହିତ ତୁଳନା କରିଥିଲେ।

"ଅଶ୍ବିନୀ କୁମାର ଜଣେ ରାଜ୍ୟର ପୂର୍ବତନ ରାଜ୍ୟପାଳ, ପୂର୍ବତନ ଡିଜିପି, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଥିଲେ। ସେ ଜଣେ ଭଲ ବ୍ୟକ୍ତି ଥିଲେ। ତାଙ୍କ ଆତ୍ମହତ୍ୟାକୁ କେହି ପ୍ରଶ୍ନ କରୁନାହାଁନ୍ତି। ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ନେଇ ପାଟି କରୁଥିବା ଲୋକମାନେ କେଉଁଠାରେ ଅଛନ୍ତି, ଏମାନେ କାହିଁକି? ଲୋକମାନେ ବର୍ତ୍ତମାନ ଚୁପ୍ ଅଛନ୍ତି କି? " ସେନେଇ ପ୍ରଶ୍ନ କରିଛନ୍ତି।

ଖବର ଥାଉକି, 243 ସିଟ୍ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ - ଅକ୍ଟୋବର 28, ନଭେମ୍ବର 3, ଏବଂ 7 ଏବଂ ଭୋଟ୍ ଗଣନା ନଭେମ୍ବର 10ରେ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.