ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ, ସୁପ୍ରିମକୋର୍ଟ ଗଲା ଶିବସେନା - ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ

ଏବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିଛନ୍ତି । କେନ୍ଦ୍ର କ୍ୟାବିନେଟ ରାଜ୍ୟପାଳଙ୍କ ସୁପାରିଶକୁ ଗ୍ରହଣ କରିବା ସହ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ସରକାର ଗଠନ ପାଇଁ ଅତିରିକ୍ତ ସମୟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଶିବସେନା ।  ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 12, 2019, 4:52 PM IST

ମୁମ୍ବାଇ: ମହାନାଟକର ନାମ ମହାରାଷ୍ଟ୍ର । ସତ୍ତା ପାଇଁ ସଂଘର୍ଷର ସବୁଠାରୁ ବଡ୍‌ ସଂଗ୍ରାମ ମହାରାଷ୍ଟ୍ରରେ ଜାରି ରହିଛି । ଏବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିଛନ୍ତି । କେନ୍ଦ୍ର କ୍ୟାବିନେଟ ରାଜ୍ୟପାଳଙ୍କ ସୁପାରିଶକୁ ଗ୍ରହଣ କରିବା ସହ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ସରକାର ଗଠନ ପାଇଁ ଅତିରିକ୍ତ ସମୟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଶିବସେନା । ଏ ସମ୍ପର୍କରେ ସବିଶେଷ ଆଲୋଚନା କରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ୍‌ ଶିବଲଙ୍କ ସହ ପରାମର୍ଶ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

shiv-sena-moves-supreme-court-challenges
ଫଟୋ ସୌଜନ୍ୟ: ଟ୍ବିଟର@maha_governor

ସୋମବାର ଶିବସେନା ସରକାର ଗଠନ ପାଇଁ ସମୟସୀମା ନିର୍ଦ୍ଧାରଣ କରିଥିଲେ । ମାତ୍ର ଶିବସେନା ଏଥିରେ ବିଫଳ ହେବାରୁ ରାଜ୍ୟପାଳ ମହାରାଷ୍ଟ୍ରର ତୃତୀୟ ସର୍ବବୃହତ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ସମର୍ଥନର ତାଲିକା ଦେବାକୁ ଏନସିପିକୁ କହିଥିଲେ ରାଜ୍ୟପାଳ ।

ଫଟୋ ସୌଜନ୍ୟ: ଏଏନଆଇ

ଏହାଭିତରେ ମଙ୍ଗଳବାର ରୋଚକ ମୋଡ ନେଇଛି ମହାରାଷ୍ଟ୍ର ମହାନାଟକ । ବିଜେପି ସରକାର ଗଠନରୁ ଓହରିଲା ପରେ ଏବେ ଶିବସେନାକୁ ରାଜ୍ୟାପାଳ ଅତିରିକ୍ତ ସମୟ ଦେଇନାହିଁନ୍ତି । ଏପରି ସ୍ଥଳେ ରାଷ୍ଟ୍ରପତି ଶାସନ ବିକଳ୍ପ ଭାବରେ ଉଭା ହୋଇଛି । ରାଷ୍ଟ୍ରପତି ଶାସନ ପାଇଁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଲା ପରେ ଏବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା । ଅନ୍ୟପଟେ ଏନିସିପିକୁ ଦିଆଯାଇଥିବା ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟପାଳଙ୍କ ରାଷ୍ଟ୍ରପତି ଶାସନ ସୁପାରିଶ ମହାରାଷ୍ଟ୍ରର ରାଜନୀତି ଏକ ମହାନାଟକ ବୋଲି ପ୍ରମାଣିତ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.