ETV Bharat / bharat

'ଗୁରୁବାର ସ୍ପଷ୍ଟ ହେବ ମହାରାଷ୍ଟ୍ର ସରକାର ଗଠନର ଚିତ୍ର' - Sanjay Raut on Maharashtra govt formation

ମହାରାଷ୍ଟ୍ରର ହାଇ ଭୋଲଟେଜ ଡ୍ରାମା ଉପରେ ଯବନିକା ପଡିବାର ସଙ୍କେତ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଗୁରୁବାର ସୁଦ୍ଧା ମହାରାଷ୍ଟ୍ରର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ବୋଲି ସେ କହିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 20, 2019, 11:00 AM IST

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନକୁ ନେଇ ଜାରି ରହିଥିବା ସସ୍‌ପେନ୍ସ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାକୁ ମାସେ ବିତିବାକୁ ବସିଥିଲେ ମଧ୍ୟ ଏବେ ସୁଦ୍ଧା ସରକାର ଗଠନର ଚିତ୍ର ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ମହାରାଷ୍ଟ୍ରରେ ଚାଲିଥିବା ହାଇଭୋଲଟେଜ ଡ୍ରାମା ଉପରେ ଯବନିକା ପଡିବାର ସଙ୍କେତ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଗୁରୁବାର ସୁଦ୍ଧା ମହାରାଷ୍ଟ୍ରର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ବୋଲି ସେ କହିଛନ୍ତି।

ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଠନ ଖୁବ ଶୀଘ୍ର ହେବ। ସମସ୍ତ ବାଧାବିଘ୍ନ ଦୂର ହୋଇଯାଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ନଜର ଆସିବ । ଆସନ୍ତାକାଲି ସୁଦ୍ଧା ଭଲ ଖବର ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ସହିତ ସେ କହିଛନ୍ତି, ସରକାର ଗଠନର ପ୍ରକ୍ରିୟା ଆସନ୍ତା 5-6 ଦିନ ମଧ୍ୟରେ ଶେଷ ହୋଇଯିବ। ଡିସେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ଏକ ଲୋକପ୍ରିୟ ଏବଂ ଦୃଢ ସରକାର ଗଠନ ହେବ।

ଅଧିକାରୀକ ସୂତ୍ରର ସୂଚନା ଅନୁଯାୟୀ, ସରକାର ଗଠନକୁ ନେଇ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ନିଷ୍ପତ୍ତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ରହିଛି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.