ETV Bharat / bharat

ତେଜୁଛି ସାଇ ଜନ୍ମଭୂମି ବିବାଦ,19 ତାରିଖରେ ଶିରିଡି ସାଇ ମନ୍ଦିର ବନ୍ଦ - _Uddhav terms Pathri as Sai Baba's home

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରୀକୁ ସାଇ ଜନ୍ମଭୂମି ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଏନେଇ ଆସନ୍ତା ରବିବାର ଜାନୁୟାରୀ 19 ତାରିଖରେ ଶିରିଡି ସାଇ ମନ୍ଦିର ବନ୍ଦ ରଖାଯିବ। ଅଧିକ ପଢନ୍ତୁ...

_Uddhav terms Pathri as Sai Baba's home
ତେଜୁଛି ସାଇ ଜନ୍ମଭୂମି ବିବାଦ,19 ତାରିଖରେ ଶିରିଡି ସାଇ ମନ୍ଦିର ବନ୍ଦ
author img

By

Published : Jan 18, 2020, 12:51 PM IST

ମହାରାଷ୍ଟ୍ର: ଶିରିଡି ସାଇଙ୍କ ଜନ୍ମଭୂମିକୁ ନେଇ ଦେଖାଦେଇଛି ବିବାଦ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରୀକୁ ସାଇ ଜନ୍ମଭୂମି ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଏନେଇ ଆସନ୍ତା ରବିବାର ଜାନୁୟାରୀ 19 ତାରିଖରେ ଶିରିଡି ସାଇ ମନ୍ଦିର ବନ୍ଦ ରଖାଯିବ ବୋଲି ଶିରିଡି ସାଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଘଟଣା ଉପରେ ଶନିବାର ସନ୍ଧ୍ୟାରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା।

ମହାରାଷ୍ଟ୍ରର ମରାଠାୱାଡାସ୍ଥିତ ପାଥରୀର ବିକାଶ ପାଇଁ ସରକାର 100 କୋଟି ଟଙ୍କା ଘୋଷଣ କରିବା ସହ ମୁଖ୍ୟମନ୍ତ୍ରୀ ଠାକରେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିଥିଲେ। ହେଲେ ତାଙ୍କର ଏହି ବୟାନ ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଶୁକ୍ରବାର ଆଇନଗତ ଲଢେଇ ପାଇଁ ଚେତାବନୀ ଦେଇଛନ୍ତି।

ସେହିପରି ଅହମ୍ମଦନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦଙ୍କ କହିବା ଅନୁସାରେ, ପୂର୍ବରୁ ସାଇ ଜନ୍ମଭୂମିକୁ ନେଇ କୌଣସି ବିବାଦ ଦେଖାଦେଇନଥିଲା। ହେଲେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବା ପରେ ପାଥରୀକୁ ନେଇ ହଠାତ୍ ଏ ଦାବି କେଉଁଠୁ ଆସିଲା। ଯଦି ସାଧାରଣ ଲୋକଙ୍କ ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚେ ଓ ରାଜନୈତିକ ହସ୍ତକ୍ଷେପ ରୁହେ, ଶିରିଡି ଲୋକେ ଏହାକୁ ନେଇ ଆଇନଗତ ଲଢେଇ ଜାରି ରଖିବେ।

ତେଜୁଛି ସାଇ ଜନ୍ମଭୂମି ବିବାଦ,19 ତାରିଖରେ ଶିରିଡି ସାଇ ମନ୍ଦିର ବନ୍ଦ ରହିବ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହାନ ଉଦ୍ଧବ ସରକାରଙ୍କ ଘୋଷଣାକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ପାଥରୀକୁ ନେଇ ବିବାଦ ନହେବା ଦରକାର। ଏହାସହ ପ୍ରତିବର୍ଷ ଶିରିଡିକୁ ବାବା ସାଇଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି।

ଏନସିପି ନେତା ଦୁରାନୀ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିଲା । ଏହି କଥାକୁ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ପ୍ରମାଣ ରହିଛି। ଶିରିଡି ସାଇବାବାଙ୍କ କର୍ମଭୂମି ହେଲେ ପାଥରୀ ଜନ୍ମଭୂମି। ଉଭୟ ସ୍ଥାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଶିରିଡି ବୁଲିବାକୁ ଆସୁଛନ୍ତି। ହେଲେ ଏଠାରେ ସେମାନଙ୍କ ପାଇଁ ସୁବିଧା ନାହିଁ। ଶିରିଡିର ଲୋକଙ୍କ ପାଇଁ ପାଣ୍ଠି ସମସ୍ୟା ନାହିଁ।ସେମାନେ ଚାହୁଁଛନ୍ତି ପାଥରୀକୁ ଶିରିଡିଙ୍କ ଜନ୍ମଭୂମି ଭାବେ ଘୋଷଣା କରାଯାଉ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଶିରିଡି ବାସିନ୍ଦା ଭୟ କରୁଛନ୍ତି ଯଦି ପାଥରୀକୁ ଏକ ପ୍ରସିଦ୍ଧ ସ୍ଥାନରେ ପରିଣତ କରାଯାଏ, ସାଇ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.