ETV Bharat / bharat

ମେଷପାଳକ କୋରୋନା ସଂକ୍ରମିତ: କ୍ବାରେଣ୍ଟାଇନରେ 43 ମେଣ୍ଢା - ମେଷପାଳକ କୋରୋନା ସଂକ୍ରମିତ

ମେଷପାଳକଙ୍କୁ କୋରୋନା ହେବା ପରେ 43 ମେଣ୍ଢା କ୍ବାରେଣ୍ଟାଇନରେ । କର୍ଣ୍ଣାଟକର ତାଲୁକ ଅଞ୍ଚଳର ଗୋଡେରେକେ ଗୋଲାରାହାଟିରେ ଏହି ଘଟଣା ଘଟିଛି । ମେଣ୍ଢାଙ୍କର କୋଭିଡ ଟେଷ୍ଟ କରି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଜେ ସି ମଧୁସ୍ବାମୀ ଜିଲ୍ଲା ପ୍ରଶାସନ ଏବଂ ପଶୁପାଳନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 30, 2020, 3:18 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମେଷପାଳକଙ୍କୁ କୋରୋନା ହେବା ପରେ କ୍ବାରେଣ୍ଟାଇନରେ 43 ମେଣ୍ଢା । ରାଜ୍ୟର ତାଲୁକ ଅଞ୍ଚଳର ଗୋଡେରେକେ ଗୋଲାରାହାଟିରେ ଏହି ଘଟଣା ଘଟିଛି । ମେଣ୍ଢାଙ୍କ କୋଭିଡ ଟେଷ୍ଟ କରି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଜେ ସି ମଧୁସ୍ବାମୀ ଜିଲ୍ଲା ପ୍ରଶାସନ ଏବଂ ପଶୁପାଳନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଗାଁରେ ରହସ୍ୟମୟ ଭାବରେ 5ଟି ମେଣ୍ଢାଙ୍କ ମୃତଦେହ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ସଂକ୍ରମିତ ବ୍ୟକ୍ତିଙ୍କର ସମସ୍ତ 43 ମେଣ୍ଢାଙ୍କୁ ଅଲଗା ଭାବରେ ଜାକାନାହଲ୍ଲୀର ଏକ ସ୍ଥାନରେ ରଖାଯାଇଛି ।

ସୂଚନା ଯୋଗ୍ୟ ଯେ, ମେଣ୍ଢାଙ୍କ ଠାରେ କୋରୋନା ଭାଇରସ ମିଳିବା ଏହାସହ ଏମାନଙ୍କ ଠାରୁ ମନୁଷ୍ୟକୁ କୋରୋନା ବ୍ୟାପିବାର ସମ୍ଭାବନା ନେଇ କୌଣସି ରିପୋର୍ଟ ନାହିଁ । କିନ୍ତୁ ଏହି ଭାଇରସ ଅନେକ ଷ୍ଟ୍ରେନ୍ ଅଛି ଏବଂ ଏହାର ଜେନେଟିକ୍ ମେକ୍ ଅପ୍ ପରିବର୍ତ୍ତନ ଜାରି ରହିଛି । ଏହାଫଳରେ ମେଣ୍ଢା ମଧ୍ୟ ସଂକ୍ରମିତ ହୋଇପାରନ୍ତି ।

ବର୍ତ୍ତମାନ ମେଣ୍ଢାଙ୍କ ଗଳା ସ୍ବାବ୍ ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ମେଣ୍ଢାଙ୍କୁ ଅଲଗା ରଖନ୍ତୁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.