ମୁମ୍ବାଇ: ସିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି । ଜେଲରେ ତାଙ୍କୁ ଦୋଷୀ ପିନ୍ଧୁଥିବା ୟୁନିଫର୍ମ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ଦର୍ଶାଇ ସେ ଏହି ଯାଚିକା ଦାଖଲ କରିଛନ୍ତି । ତେବେ ଏହାକୁ ନେଇ ବାଇକୁଲା ଜେଲକୁ ନୋଟିସ ପଠାଇଛି କୋର୍ଟ ।
ଯାଚିକାରେ ଇନ୍ଦ୍ରାଣୀ କହିଛନ୍ତି, ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦୋଷୀ ପିନ୍ଧୁଥିବା ଗ୍ରୀନ ସାଢି ପିନ୍ଧିବାକୁ ବାଧ୍ୟ କରାଯାଉଛି । ତାଙ୍କ ଦୋଷ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନଥିବାରୁ ୟୁନିଫର୍ମ ପିନ୍ଧିବାକୁ ମନା କରିଛନ୍ତି । ପ୍ରକାଶଥାଉକି, 2012ରେ ଇନ୍ଦ୍ରାଣୀ ମୁଖାର୍ଜୀ, ପୂର୍ବତନ ପତି ସଞ୍ଜୀବ ଖନ୍ନା ଓ ପିଟର ମୁଖାର୍ଜୀଙ୍କ ସହ ମିଶି ସିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିଥିଲା ।
ଏହାପରେ ଏହି ମାମଲା 2015ରେ ଖୋଲିଥିଲା । ଇନ୍ଦ୍ରାଣୀ ସେତେବେଳେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତାଙ୍କ ଡ୍ରାଇଭର୍ ଇନ୍ଦ୍ରାଣୀଙ୍କ ଡ୍ରାଇଭର୍ ଶ୍ୟାମବର ରାୟ ଅନ୍ୟ ଏକ ମାମଲାରେ ଗିରଫ ହୋଇଥିଲେ । ଏହାପରେ ଡ୍ରାଇଭର୍ ହତ୍ୟାର କାହାଣୀ କହିଥିଲେ । ଏହାପରେ ପୋଲିସ ଇନ୍ଦ୍ରଣୀ ଓ ସଞ୍ଜୀବ ଖନ୍ନାଙ୍କୁ ଗିରଫ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ