ETV Bharat / bharat

ପୁଣି ଏକ ନୂତନ ଇଂରାଜୀ ଶଦ୍ଦର ଉଦ୍ଭାବନ କରି ଚର୍ଚ୍ଚାରେ ଶଶି ଥରୁର

ଏକ ନୂତନ ଶବ୍ଦର ଉଦ୍ଭାବନ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କଂଗ୍ରେସ ସାଂସଦ । ହିପ୍ପୋପୋଟୋମୋନଷ୍ଟ୍ରୋସେସ୍କିପେଡାଲିଓଫୋବିୟା… ଏହି ଶବ୍ଦର ଉଦ୍ଭାବନ କରି ସେ ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

Shashi Tharoor is also rumored to have invented a new English word
ପୁଣି ଏକ ନୂତନ ଇଂରାଜୀ ଶଦ୍ଦର ଉଦ୍ଭାବନ କରି ଚର୍ଚ୍ଚାରେ ଶଶି ଥରୁର
author img

By

Published : Jun 15, 2020, 8:10 AM IST

ନୂଆଦିଲ୍ଲୀ: କୌଣସି ନା କୌଣସି କାରଣରୁ କଂଗ୍ରେସ ସାଂସଦ ଶଶି ଥରୁର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜ ମନ୍ତବ୍ୟକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିନ୍ତୁ ଏସବୁ ବ୍ୟତୀତ ଏମିତି କିଛି ଜିନିଷ ଅଛି ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ ତାହା ହେଉଛି ତାଙ୍କର ଇଂରାଜୀ ଜ୍ଞାନ । ଶଶି ଥରୁରଙ୍କ ଇଂରାଜୀ ଅଭିଧାନରେ ଏମିତି କିଛି ନା କିଛି ଶଦ୍ଦ ଆସିଥାଏ ଯାହାର ପୂର୍ବରୁ କୌଣସି ଅସ୍ତିତ୍ବ ନଥାଏ । ଏମିତି କହିପାରିବା ଯେ ସେ ସେହି ଶବ୍ଦର ନିଜେ ରଚୟିତା ।

ଏଥର ମଧ୍ୟ ସେ ଏକ ନୂତନ ଶବ୍ଦର ଉଦ୍ଭାବନ କରିଛନ୍ତି । ହିପ୍ପୋପୋଟୋମୋନଷ୍ଟ୍ରୋସେସ୍କିପେଡାଲିଓଫୋବିୟା… ଏହି ଶବ୍ଦରେ 35ଟି ଅକ୍ଷର ଅଛି ଏବଂ ଏହାର ଅର୍ଥ ହେଇଛି ଫୋବିୟା । ଫୋବିୟା ଏପରି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି କୌଣସି ଜିନିଷକୁ ଭୟ କରିଥାଏ ।

ତେବେ ଏହି ଶଦ୍ଦ ଚର୍ଚ୍ଚାର ପରିସରକୁ ଏଥିପାଇଁ ଆସିଛି କାରଣ ଇଣ୍ଟରନେଟ ସେନ୍ସେସ୍ ସାଲୋନି ଗୌଡ ଓରଫ 'ନଜମା ଆପି' ଯିଏ ମିମିକ୍ରି କରନ୍ତି । ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି । ସେ ଏହି ବିଷୟରେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଶଶି ଥରୁରଙ୍କ ପରି ଇଂରାଜୀ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛନ୍ତି । ଏହି ଭିଡିଓରେ ସେ ସୁସ୍ମିତା ସେନଙ୍କ ଆଗାମୀ ୱେବ ସିରିଜ 'ଆର୍ଯ୍ୟ' ଏବଂ ଚନ୍ଦ୍ରଚୁଦ୍ ସିଂଙ୍କ ବିଷୟରେ କହୁଛନ୍ତି । ଏହି ୱେବ ସିରିଜ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଆସୁଛି ।

ସାଲୋନିଙ୍କ ଏହି ଭିଡିଓକୁ ଫିଲ୍ମ ନିର୍ଦ୍ଦେଶକ ହସଲ ମେହେତା ଶଶି ଥରୁରଙ୍କୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି- ଏହା ଅତ୍ୟନ୍ତ ଚମତ୍କାର । ଶଶି ଥରୁର, ଆପଣ ଏହା ଦେଖିଛନ୍ତି କି ?

ହନସାଲ ମେହେତାଙ୍କ ରିଟ୍ୱିଟର ଜବାବ ଦେଇ ଶଶି ଥରୁର ଲେଖିଛନ୍ତି, ବ୍ୟଙ୍ଗ କପିରେ ଖୁସି ହେଲି । ତଥାପି ମୁଁ ବିଶ୍ବାସ କରେ ଯେ ମୁଁ ଏତେ ଭଲ ଭାବରେ କଥାବାର୍ତ୍ତା କରେନାହିଁ । ଏହା ସ୍ପଷ୍ଟ ଯେ ପରଦାରେ ଥିବା କଳାକାରଙ୍କ ବଡ଼ ଶବ୍ଦର ହିପ୍ପୋପୋଟୋମୋନଷ୍ଟ୍ରୋସେସ୍କିପେଡାଲିଓଫୋବିୟା ନାହିଁ |

ଏହାପୂର୍ବରୁ 2018ରେ ଶଶି ଥରୁର ନିଜ ପୁସ୍ତକ ଦି ପାରାଡୋକ୍ସିକାଲ ପ୍ରଧାନମନ୍ତ୍ରୀ ଉନ୍ମୋଚନ ସମୟରେ ସେ ଫ୍ଲକ୍ସିନଉସିନିହିଲିପିଲିଫିକେସନ୍ ଶବ୍ଦର ବ୍ୟବହାର କରିଥିଲେ । ଯାହାର 29 ଅକ୍ଷର ବିଶିଷ୍ଟ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.