ETV Bharat / bharat

' ଶରଦ ପାୱାରଙ୍କ ବୟାନ ମୋଦି ବିରୋଧୀ ନୁହେଁ ପ୍ରଭୁ ରାମଙ୍କ ବିରୋଧୀ ' - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କିଛି ଲୋକ ଭାବନ୍ତି ଯେ ଏକ ମନ୍ଦିର ନିର୍ମାଣ କରି କୋରୋନା ଭାଇରସକୁ ଦୂର କରିପାରିବେ ବୋଲି ଶରଦ ପାୱାର ରହିଥିଲେ ।

 ଉମା ଭାରତୀ
ଉମା ଭାରତୀ
author img

By

Published : Jul 20, 2020, 5:48 PM IST

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ । ଶରଦ ପାୱାରଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ନୁହେଁ ବରଂ ପ୍ରଭୁ ରାମଚନ୍ଦ୍ରଙ୍କ ବିରୋଧୀ ବୋଲି ସେ କହିଛନ୍ତି ।

ଶରଦ ପାୱାରଙ୍କୁ ଟାର୍ଗେଟ କରି ଉମା ଭାରତୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କେବେ ବି ଛୁଟି ନେଇନାହାଁନ୍ତି । ସେ ଦିନକୁ କେବଳ ଚାରି ଘଣ୍ଟା ଶୁଅନ୍ତି । ଶରଦ ପାୱାର ଏହି ବୟାନ ମୋଦିଙ୍କ ବିରୋଧରେ ନୁହେଁ ବରଂ ପ୍ରଭୁ ରାମଚନ୍ଦ୍ରଙ୍କ ବିରୋଧରେ ଦେଇଛନ୍ତି ବୋଲି ଉମା ଭାରତୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ କିଛି ଲୋକ ଭାବନ୍ତି ଯେ ଏକ ମନ୍ଦିର ନିର୍ମାଣ କରି କୋରୋନା ଭାଇରସକୁ ଦୂର କରିପାରିବେ । ସେ କହିଥିଲେ, କୋରୋନା ଭାଇରସ ବିରୋଧରେ କିପରି ଲଢାଯାଇପାରିବ ସେନେଇ ଆମେ ସମସ୍ତେ ଚିନ୍ତାରେ ଅଛୁ । କିନ୍ତୁ କିଛି ଲୋକ ଭାବନ୍ତି ଯେ ମନ୍ଦିର ନିର୍ମାଣ କରି କୋରୋନା ଭାଇରସ ଦୂର କରିଦେବେ । କିନ୍ତୁ ଅର୍ଥନୀତିର ଉନ୍ନତି କିପରି ହେବ ତାହା ଦେଖିବା ଆମର ଆମର ପ୍ରାଥମିକତା ରହିଛି । ଯାହା ଏବେ ଲକଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.