ETV Bharat / bharat

ସୋନିଆଙ୍କ ହାତରେ ମହାରାଷ୍ଟ୍ର ଫୈସଲା: ଦିଲ୍ଲୀ ଆସୁଛନ୍ତି ପାୱାର - ମହାରାଷ୍ଟ୍ର ମହାଡ୍ରାମା

ସୋମବାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ ଏନସିପି ସୁପ୍ରିମୋ ଶରଦ ପାୱାର । ଏହି ବୈଠକକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 3, 2019, 11:35 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବସିବ ବୈଠକ । ମହାରାଷ୍ଟ୍ର ମହାଭାରତରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଦିଲ୍ଲୀରେ ଚାଲିବ ବିଚାର ବିମର୍ଷ । ମହାରାଷ୍ଟ୍ର ସିଏମ୍‌ ସିଟ୍‌ ସମସ୍ୟାର ସମାଧାନ ସୂତ୍ର ଖୋଜିବା ପାଇଁ ଦିଲ୍ଲୀ ଦରବାରରେ ହେବ ନିଷ୍ପତ୍ତି । ସୋମବାର ଦେବେନ୍ଦ୍ର ଫଡନଭୀସ ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ସୋମବାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ ଏନସିପି ସୁପ୍ରିମୋ ଶରଦ ପାୱାର । ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି ।

ସୋମବାର ଶିବସେନା ମୁଣ୍ଡରେ ଶିରପା ଭିଡିବା ପାଇଁ ନିଷ୍ପତ୍ତି ଆସିପାରେ । ମହାରାଷ୍ଟ୍ର ଏନସିପି-କଂଗ୍ରେସ ମେଣ୍ଟ ନିର୍ବାଚନ ଲଢିଥିଲା । ଏବେ କଂଗ୍ରେସ ରାଜି ହେଲେ ଶିବସେନା ସହ ହାତ ମିଳାଇବ ଏନସିପି । ଖାସ୍‌ ଏଥିପାଇଁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଭେଟିବା ପାଇଁ ଯାଉଛନ୍ତି ଶରଦ ପାୱାର ।

ବର୍ତ୍ତମାନ ସୁଦ୍ଧା ଏନସିପି ଶିବସେନା ସହ ମେଣ୍ଟ ନକରି ବିପକ୍ଷ ଆସନରେ ବସିବ ବୋଲି ଦଳ ପକ୍ଷରୁ କୁହାଯାଉଥିଲା । ଏବେ ଦିନ ସହ ଦଳର ସ୍ବର ବଦଳିଛି । ଏନସିପି ନେତା ଅଜିତ ପାୱାର ଶିବସେନାକୁ ସମର୍ଥନ ଦେବା ଇସାରା ଦେଇଛନ୍ତି । ଅଜିତ ପାୱାର ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଶିବସେନା ପକ୍ଷରୁ ତାଙ୍କୁ ଆଲୋଚନା ପାଇଁ ଫୋନ ଆସିଥିଲା ।

ଅଜିତ ପାୱାର କହିଛନ୍ତି ଯେ, ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ତାଙ୍କ ପାଖକୁ ସୂଚନା ଆସିଥିଲା । ଏହାସହ ସେ ବୈଠକରେ ରହିଥିବା କାରଣରୁ ଏହାର ପ୍ରତିଉତ୍ତର ଦେଇ ପାରିନଥିଲେ । ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅଜିତଙ୍କୁ ସଞ୍ଜୟ ଫୋନ କରିଥିବା କଥା ସେ କହିଛନ୍ତି ।

ଏହାସହ ଏନସିପିର ଅନ୍ୟଜଣେ ନେତା ନବାବ ମଲ୍ଲିକ ମହାରାଷ୍ଟ୍ରରେ ସିଏମସ୍‌ ସିଟ୍‌ ଶିବସେନା ପାଖକୁ ଯାଇପାରେ । ମାତ୍ର ଏଥିପାଇଁ ଶିବସେନା ନିଜର ଭୂମିକା ସ୍ପଷ୍ଟ କରିବା ଆବଶ୍ୟକ । ରବିବାର ସକାଳେ ଶିବସେନାର ବରିଷ୍ଠ ନେତା ଓ ପାର୍ଟି ପ୍ରବକ୍ତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ନେଇ ଦଳର ମତ ସ୍ପଷ୍ଟ କରିଛନ୍ତି । ଆଗକୁ ବିଜେପି ସହ କଥାବାର୍ତ୍ତା କେବଳ ସିଏମ ସିଟ୍‌ ପାଇଁ ହେବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ, ଗତ ମାସ ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା । ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.