ନୂଆଦିଲ୍ଲୀ: ଫିଲିପାଇନ୍ସର ନୂଆ ରାଷ୍ଟ୍ରଦୂତ ଭାବେ ଶମ୍ଭୁ ଏସ କୁମାରନଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁମାରନ୍ ବର୍ତ୍ତମାନ ମରୋକୋରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରୁଛନ୍ତି । ସେ ଖୁବ ଶୀଘ୍ର ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।
କୁମାରନ ଫ୍ରାଙ୍କଫୋର୍ଟ୍ ଓ ବର୍ଲିନରେ ରାଜନୈତିକ କାର୍ଯ୍ୟ (1997–2002), କାଠମାଣ୍ଡୁରେ ରାଜନୈତିକ ପରାମର୍ଶଦାତା (2007–2009) ଓ ଦକ୍ଷିଣ ଆଫ୍ରିକାର ଡେପୁଟି ହାଇ କମିଶନର (2009–2012) ରହିଥିଲେ ।