ETV Bharat / bharat

ରଥଯାତ୍ରା ରାୟରେ ଖୁସି ଜାହିର କଲେ ଶାହା, ରାଜ୍ୟବାସୀଙ୍କୁ ଦେଲେ ଶୁଭେଚ୍ଛା - rathyatra issue

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଥିବାରୁ ଖୁସି ଜାହିର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଟ୍ବିଟ କରି ଓଡିଶାବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଅଧିକ ପଢନ୍ତୁ...

ରଥଯାତ୍ରା ରାୟରେ ଖୁସି ଜାହିର କଲେ ଶାହା, ରାଜ୍ୟବାସୀଙ୍କୁ ଦେଲେ ଶୁଭେଚ୍ଛା

author img

By

Published : Jun 22, 2020, 6:35 PM IST

ନୂଆଦିଲ୍ଲୀ: ରଥଯାତ୍ରା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜିର ଦିନଟି ଓଡିଆ ଭାଇଭଉଣୀ ଏବଂ ଅଗଣିତ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଆଣିଥିବା କହିଛନ୍ତି ଶାହା ।

ରଥଯାତ୍ରା ରାୟରେ ଖୁସି ଜାହିର କଲେ ଶାହା, ରାଜ୍ୟବାସୀଙ୍କୁ ଦେଲେ ଶୁଭେଚ୍ଛା
ରଥଯାତ୍ରା ରାୟରେ ଖୁସି ଜାହିର କଲେ ଶାହା, ରାଜ୍ୟବାସୀଙ୍କୁ ଦେଲେ ଶୁଭେଚ୍ଛା

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟରେ ସମଗ୍ର ଦେଶବାସୀ ଖୁସି ଥିବା ଶାହା ନିଜ ଟ୍ବିଟରରେ ଲେଖିଛନ୍ତି । ଅନ୍ୟପକ୍ଷେ ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ଗୃହମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କେବଳ ଭକ୍ତଙ୍କ ଭାବନା ବୁଝିନାହାନ୍ତି, ବରଂ ପରମ୍ପରା ପାଳନ ହେଉ ଏନେଇ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସମସ୍ତଙ୍କୁ ଆନନ୍ଦିତ କରିଛି ।

ଶାହା ଆହୁରି ମଧ୍ୟ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ ରଥଯାତ୍ରା ନେଇ ଆଲୋଚନା କରିବା ସହ ତାଙ୍କ ମତ ଜାଣିବାକୁ ଚେଷ୍ଟା କରିଥିଲି । ଏହା ପରେ ପୁଣି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଲିସିଟର ଜେନେରାଲଙ୍କ ରଥଯାତ୍ରା ନେଇ ରାସ୍ତା ବାହାର କରିବାକୁ ଆଲୋଚନା କରିଥିବା ଶାହା ଲେଖିଛନ୍ତି ।

ମାମଲାର ଗୁରୁତ୍ବକୁ ଦେଖି ଏହାକୁ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ଆଗରେ ରଖାଯାଇଥିଲା । ଏହାପରେ ଶୁଣାଣି ହୋଇ ବିନା ଭକ୍ତରେ କେବଳ ପୁରୀରେ ରଥଯାତ୍ରା ପାଇଁ ରାୟ ପ୍ରକାଶ ପାଇଛି । ଏନେଇ ଓଡିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.