ମୁମ୍ବାଇ: ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ । ଅଖ ଚକ ଜାମ, ଖୋଲୁନି ଦୋକାନ ବଜାର ପରିସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରକୁ ଯିବା ପାଇଁ ସରକାର କଟକଣା ଲଗାଇଛନ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ମୋଦି ସରାକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ ଡାଉନ ଯୋଗୁଁ କିଛି ଗରିବ ଓ ଅସହାୟ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।
କିଛି ଲୋକଙ୍କ ଘରେ ଚୁଲି ଜଳୁ ନ ଥିବା ବେଳେ ଆଉ କିଛି ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି । ଆଉ ଏଥିରୁ ବାଦ ପଡି ନାହାଁନ୍ତି ଦେହଜୀବୀ । ନାସିକର ଜଣେ ଦେହଜୀବୀ ଲକ ଡାଉନ ଯୋଗୁଁ ପାଖରେ ଟଙ୍କା ନ ଥିବାରୁ ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କହୁଥିବା କହିଛନ୍ତି। ଏପରିକି ସେ କହିଛନ୍ତି ଯେ, ସରକାର ଗରିବ ଓ ଅସହାୟ ଲୋକଙ୍କୁ ଲକ ଡାଉନ ସମୟରେ ସାହାଯ୍ୟ ଓ ସହଯୋଗ କରୁଛନ୍ତି । ହେଲ ଦେହଜୀବୀଙ୍କ ପାଇଁ କୈଣସି ପ୍ରକାର ସରକାରୀ ସହାୟତା କରୁ ନ ଥିବା ସେ ପ୍ରକାଶ କରିନାହାଁନ୍ତି । ସରକାର ସେମାନଙ୍କୁ ସାହାଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।
ସୌଜନ୍ୟ @ANI