ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଶ୍ରୀନଗରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 44 ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ଫଳରେ ଯାତାୟତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ସେପଟେ ଭୁସ୍ଖଳନ କାରଣରୁ ରାଜପଥରେ ଶତାଧିକ ଗାଡ଼ି ଅଟକି ରହିଥିବା ଜଣାପଡ଼ିଛି।
ଗୁରୁବାର ମେହାଡ଼ ଅଞ୍ଚଳରେ ଏହି ଭୁସ୍ଖଳନ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଥଇବା ଦେଖାଯାଇଛି । ସେପଟେ ରାସ୍ତା ସଫା ହୋଇନଥିବାରୁ ଯାତାୟତରେ ବାଧା ଉପୁଜିଛି । ଫଳରେ ଅଟକି ଥିବା ଟ୍ରକର ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏକ ସେଓ ବୋଝେଇ ଟ୍ରକର ଡ୍ରାଇଭର କହିଛନ୍ତି କି ମୁଁ ଏଠାରେ ପାଖାପାଖି 19 ଘଣ୍ଟା ହେବ ଅପେକ୍ଷା କରିଛି । ଗାଡ଼ିରେ ଫଳ ଗୁଡ଼ିକ ବୋଝେଇ ହୋଇ ରହିଛି । ଏହା ସହିତ ଉକ୍ତ ଫଳ ଗୁଡ଼ିକ ନଷ୍ଟ ହେବାରେ ମଧ୍ୟ ଲାଗିଛି । ସେହିଭଳି ଅନେକ ଲୋକ ସେମାନଙ୍କର ଟ୍ରେନ ଫେଲ ହୋଇଥିବା କହିଛନ୍ତି । ଜଣେ ଯୁବକ କହିଛନ୍ତି କି, ମୋତେ ଜମ୍ମୁରୁ ଟ୍ରେନରେ ଚଢିବାର ଥିଲା । ମାତ୍ର ଏଠାରେ ଅନେକ ବିଳମ୍ବ ହୋଇ ସାରିଲାଣି, ଯାହା ଫଳରେ ଆଉ ଟ୍ରେନ ଧରିପାରିବି ନାହିଁ ବୋଲି ସେ କହିଥିଲେ ।
ତେବେ ଏହି ସୂଚନା ପାଇବା ପରେ ଉଭୟ ଦିଗରୁ ଟ୍ରାଫିକ ପୋଲିସ ଗାଡ଼ିଗୁଡ଼ିକୁ ଯିବା ପାଇଁ ଦେଉ ନଥିବା ଦେଖିବାକୁ ମିଲିଛି । ଉଭୟ ଦିଗରୁ ଉଦ୍ଧମପୁର ଏବଂ କ୍ବାଜିଗୁଣ୍ଡରେ ଟ୍ରାଫିକ ପୋଲିସ ଗାଡ଼ିକୁ ଛାଡ଼ୁନଥିବା ଦେଖିବାକୁ ମିଳିଛି ।