ETV Bharat / bharat

ବଦଳିବ କି ଭାଗ୍ୟ ? କାଶ୍ମୀରରେ ଟଙ୍କାବର୍ଷା କରିବେ ଅମ୍ବାନୀ - ଟଙ୍କାବର୍ଷା କରିବେ ଅମ୍ବାନୀ

ପୁଲୱାମା ଆକ୍ରମଣ ପରେ ଶହୀଦ ପରିବାରର ଦାୟିତ୍ବ ଓ ଧାରା 370 ଉଚ୍ଛେଦ ପରେ ପୁଞ୍ଜିନିବେଶର ପ୍ରତିଶ୍ରୁତି ଦେଇଛନ୍ତି ଅମ୍ବାନୀ ।

ଡିଜାଇନ ଫଟୋ
author img

By

Published : Aug 12, 2019, 3:35 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ନଜରରେ ରହିବ କାଶ୍ମୀର । ଜମ୍ମୁ-କାଶ୍ମୀର ଓ ଲଦାଖରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(RIL) । ଏଥିପାଇଁ ଗଠନ ହେବ ସ୍ବତନ୍ତ୍ର ଟାକ୍ସ ଫୋର୍ସ । କାଶ୍ମୀରରେ ପୁଞ୍ଜିନିବେଶ ନେଇ ବିଭିନ୍ନ କମ୍ପାନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ ଆଗେଇ ଆସିଛନ୍ତି RIL ଚେୟାରମ୍ୟାନ ମୁକେଶ ଅମ୍ବାନୀ । ୪୨ ତମ ଆନୁଆଲ୍ ଜେନେରାଲ ମିଟିଂରେ ଏନେଇ ଘୋଷଣା କରିଛନ୍ତି ।

ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ । ଆଗେଇ ଆସିଛନ୍ତି ଆମ୍ବାନୀ । ଧାରା 370ର ଉଚ୍ଛେଦ ପରେ ଏବେ ଫୋକସରେ କାଶ୍ମୀର । ଶିଳ୍ପ ସମୃଦ୍ଧ ହେବ ଭୂସ୍ବର୍ଗ । କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ମିଳିବ ପ୍ରଚୁର ନିଯୁକ୍ତିର ସୁଯୋଗ । ଆଗେଇବ ଜମ୍ମୁ-କାଶ୍ମୀର ଓ ଲଦାଖ । ଆଗକୁ କାଶ୍ମୀରରେ ପ୍ରଚୁର ପୁଞ୍ଜି ନିବେଶ କରିବ RIL । ଆଜି ଏଭଳି କିଛି ଆଶା ସଂଚାର କରିଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତି ତଥା କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରର ଦାୟିତ୍ବ ମଧ୍ୟ ପୂର୍ବରୁ ନିଜ ହାତକୁ ନେଇଥିଲେ ଅମ୍ବାନୀ ।

ଧାରା 370 ଉଚ୍ଛେଦ ହେଲା ସତ । ହେଲେ ସବୁବେଳେ ଆତଙ୍କବାଦୀ ଆକ୍ରମଣର ଭୟ ରହୁଥିବା କାଶ୍ମୀରରେ ପୁଞ୍ଜିନିବେଶ ପାଇଁ କମ୍ପାନୀଗୁଡିକ ଭିତରେ ଆଗ୍ରହ ସୃଷ୍ଟି କରିବା କାଠିକାର ପାଠ । ଆଉ ଏଭଳି ସ୍ଥିତିରେ ମୋଦିଙ୍କ ଆହ୍ବାନକୁ ସମ୍ମତି ଜଣାଇଛନ୍ତି ଅମ୍ବାନୀ । ପ୍ରଚୁର ପୁଞ୍ଜି ନିବେଶ କରିବାକୁ ଘୋଷଣା ବି କରିଛନ୍ତି । ମୋଦି-ଅମ୍ବାନୀଙ୍କ ଭିତରେ ଭିତିରିଆ ସମ୍ପର୍କ କଥା କହି ଆସୁଥିବା କଂଗ୍ରେସ ଏହାକୁ କେଉଁ ଦୃଷ୍ଟିରେ ନେଉଛି, ତାହା ତ ଭିନ୍ନ ପ୍ରସଙ୍ଗ । ହେଲେ ଅମ୍ବାନୀଙ୍କ ଏହି ଘୋଷଣା ଦେଶର ଅନ୍ୟ କମ୍ପାନୀଗୁଡିକ ଭିତରେ କାଶ୍ମୀର ଆଡକୁ ନଜର ପକାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.