ETV Bharat / bharat

କେନାଲକୁ ଖସିଲା ବରଯାତ୍ରୀ ଗାଡି, 7 ଶିଶୁ ନିଖୋଜ

ଗୁରୁବାର ସକାଳ ବିବାହ ଭୋଜିରୁ ଫେରୁଥିବା ସମୟରେ ଏକ ବରଯାତ୍ରୀ ଗାଡି ନରଗ୍ରାମ ଇନ୍ଦିରା କେନାଲ ଭିତରକୁ ଖସି ପଡିଛି । ଯାହାଫଳରେ ଗାଡିରେ ଥିବା 29 ଜଣ ଯାତ୍ରୀଙ୍କ ମଧ୍ୟରୁ 7 ଜଣ ଶିଶୁ ନିଖୋଜ ହୋଇଥିବା ବେଳେ 22 ଜଣ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Jun 20, 2019, 4:25 PM IST

ଫାଇଲ ଫଟୋ

ଲକ୍ଷ୍ନୌ: କେନାଲ ଭିତରକୁ ଏକ ବରଯାତ୍ରୀ ଗାଡି ଓଲଟି 7 ଜଣ ଶିଶୁ ନିଖୋଜ ହୋଇଥିବା ଜଣାପଡିଛି । ଗୁରୁବାର ସକାଳ ବିବାହ ଭୋଜିରୁ ଫେରୁଥିବା ସମୟରେ ଉତ୍ତର ପ୍ରଦେଶରେ ଏକ ବରଯାତ୍ରୀ ଗାଡି ନରଗ୍ରାମ ଇନ୍ଦିରା କେନାଲକୁ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା 29 ଜଣ ଯାତ୍ରୀଙ୍କ ମଧ୍ୟରୁ 7 ଜଣ ଶିଶୁ ନିଖୋଜ ହୋଇଥିବା ବେଳେ 22 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ 3ଟା ସମୟରେ ଯାତ୍ରୀମାନେ ବିବାହ ଭୋଜି ଖାଇ ଫେରୁଥିଲେ । ଏହି ସମୟରେ ଗାଡି ଡ୍ରାଇଭର ଅଚାନକ ଭାରସାମ୍ୟ ହରାଇ ବସିଥିଲେ । ଯାହାଫଳରେ ଗାଡିଟି ନରଗ୍ରାମ ଇନ୍ଦିରା କେନାଲକୁ ଓଲଟି ପଡିଥିଲା ।

ତେବେ ଗାଡିରେ ଥିବା 29 ଜଣ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିଲେ । ତେବେ ସମସ୍ତ ଯାତ୍ରୀ ବାରାବଙ୍କି ଇଲାକାର ବୋଲି ସୂଚନା ମିଳିଛି ।

ତେବେ ସ୍ଥାନୀୟ ଲୋକ 22 ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କେନାଲରୁ ବାହାର କରିଥିବା ବେଳେ 7 ଜଣ ଶିଶୁ କେନାଲରେ ନିଖୋଜ ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ଏନଡିଆରଏଫ୍ ଟିମକୁ ଖବର ଦେବାପରେ ଏନଡିଆରଏଫ୍ ଟିମ୍ ପହଞ୍ଚି ନିଖୋଜ ଥିବା 7 ଜଣ ଶିଶୁଙ୍କ ସନ୍ଧାନରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.