ETV Bharat / bharat

‘ଭାରତକୁ ବିକାଶଶୀଳ ରାଷ୍ଟ୍ର ସୂଚୀରୁ ବାହାର କରି ଝଟକା ଦେଇଛି ଆମେରିକା ’

author img

By

Published : Feb 16, 2020, 7:16 AM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତ ପୂର୍ବରୁ ଆମେରିକା ବ୍ୟବସାୟ ପ୍ରତିନିଧି ମଣ୍ଡଳି ଭାରତକୁ ବିକାଶଶୀଳ ଦେଶ ସୂଚୀରୁ ବାହାର କରିଛନ୍ତି ।

seva-sena-on-america-president-trump-visit-to-india
ଆମେରିକା ଭାରତକୁ ବିକାଶଶୀଳ ରାଷ୍ଟ୍ର ସୂଚୀରୁ ବାହାର କରି ଝଟକା ଦେଇଛି: ଶିବସେନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ ଗସ୍ତରେ ଆସିବେ । ରାଷ୍ଟ୍ରପତି ଟ୍ରମ୍ଫଙ୍କ ଭାରତ ଗସ୍ତ ପୂର୍ବରୁ ଶିବସେନାର ବୟାନ ସାମ୍ନାକୁ ଆସିଛି । ଶିବସେନା ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ଫଙ୍କ ଭାରତ ଗସ୍ତ ପୂର୍ବରୁ ଆମେରିକା ବ୍ୟବସାୟ ପ୍ରତିନିଧି ମଣ୍ଡଳି ଭାରତକୁ ବିକାଶଶୀଳ ଦେଶ ସୂଚୀରୁ ବାହାର କରି ସଙ୍କଟରେ ପକାଇଛନ୍ତି ।

ଶିବସେନା ଦଳୀୟ ମୁଖପତ୍ର 'ସାମନା' ଜରିଆରେ କହିଛି ଟ୍ରମ୍ଫ ସରକାର ଭାରତକୁ ସଂକଟରେ ପକାଇଛନ୍ତି । ଭାରତ ଏକ ବିକାଶଶୀଳ ରାଷ୍ଟ୍ର ନୁହେଁ ଏକ ବିକଶିତ ରାଷ୍ଟ୍ର । ଏହା ଭାରତ ପାଇଁ ବିରାଟ କ୍ଷତି । ଭାରତ ଶିକ୍ଷା,ସ୍ବାସ୍ଥ୍ୟ,ରୋଜଗାର, ସ୍ବଚ୍ଛତା ଓ ଗରିବର ମାପଦଣ୍ଡରେ ବିକଶିତ ଦେଶ ରାଷ୍ଟ୍ର ଠାରୁ ବହୁ ଦୂରରେ । ସାମନା ଲେଖିଛି ବିଶ୍ବ ବ୍ୟାପାର ସଂଗଠନର କାନ୍ଧ ଉପରେ ବନ୍ଧୁକ ରଖି ଆମେରିକା ବ୍ୟାପାର ପ୍ରତିନିଧି ସମିତି ବିକାଶଶୀଳ ଦେଶ ସୂଚୀରୁ ଭାରତର ନାମକୁ ଅଲଗା କରାଯାଇଛି । ଏହାକୁ ଭାରତର ବଡ ଆର୍ଥିକ ଝଟକା ବୋଲି କୁହାଯାଇପାରେ ।

ସୂଚନା ଥାଉକୁ ଆମେରିକାରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ 24ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଡୋନାଲଡ ଟ୍ରମ୍ଫଙ୍କ ଭାରତ ଗସ୍ତକୁ ଭାରତ ଅତ୍ୟନ୍ତ ଉତ୍ସାହର ସହିତ ସ୍ବାଗତର ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି । ରାଷ୍ଟ୍ରପତି ଟ୍ରମ୍ଫ ମଧ୍ୟ ଏହି ଗସ୍ତକୁ ନେଇ ବହୁତ ଉତ୍ସାହିତ ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.