ETV Bharat / bharat

ବଡ ଆକ୍ରମଣରୁ ବର୍ତ୍ତିଲେ ଯବାନ, ବିଜାପୁରରୁ 4 କିଗ୍ରାର IED ଉଦ୍ଧାର

author img

By

Published : Oct 27, 2020, 3:29 PM IST

ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ପୋତାଯାଇଥିବା ଏକ ଚାରି କିଲୋଗ୍ରାମ Improvised Explosive Device (IED) ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ଛତିଶଗଡରୁ ଉଦ୍ଧାର IED ବିସ୍ପୋରକ
ଛତିଶଗଡରୁ ଉଦ୍ଧାର IED ବିସ୍ପୋରକ

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ପୋତାଯାଇଥିବା ଏକ ଚାରି କିଲୋଗ୍ରାମ Improvised Explosive Device (IED) ଉଦ୍ଧାର କରାଯାଇଛି। ନକ୍ସଲମାନେ ପୋଲିସକୁ ଦେଖିବା ପରେ ସେଠୁ ଖସି ପଳାଇଥିଲେ ତେବେ ଏହା ପୂର୍ବରୁ ସେମାନେ ମୁର୍କିନାର ଠାରୁ 2 କିଲୋମିଟର ଦୂରରେ ଥିବା ପୁସଗୁରୀ ନିକଟରେ IED ଖଞ୍ଜି ଥିଲେ।

ମୁର୍କିନାରର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଯବାନ ଆୱାପାଲୀ ଅଭିମୁଖେ ସର୍ଚ୍ଚ ଅପରେସନରେ ଯିବା ସମୟରେ ପୁସାଗୁଡି ନିକଟସ୍ଥ ନକ୍ସଲ ଏହି ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଉପରେ ଏକ ବଡ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ପୋଲିସକୁ ଦେଖି ନକ୍ସଲ ଟିଫିନ୍ ବୋମା ଛାଡି ପଳାଇଥିଲେ ।

ବିସ୍ଫୋରକ ସାମଗ୍ରୀକୁ ଏକ ଇସ୍ପାତ ପାତ୍ରରେ ରଖାଯାଇଥିଲା, ଯାହା ରାସ୍ତା କଡ଼ରେ ପୋତି ଦିଆଯାଇଥିଲା । ବିଜାପୁରର ବିଡିଏସ୍ ଦଳ ଘଟଣାସ୍ଥଳରୁ 4 କିଲୋଗ୍ରାମ IED, 2 କିଲୋଗ୍ରାମ ଟିଫିନ୍ ବୋମା ଏବଂ ଗୋଟିଏ ପାଇପ୍ ବୋମା ଜବତ କରିଛି। ଏଥିସହ ବ୍ୟାଗରେ ପାୱାର ତାର, ଡିଟୋନେଟର ଏବଂ ବ୍ୟାଟେରୀ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.