ଚେନ୍ନାଇ: ମାଡ୍ରାସ ଉଚ୍ଚ ନ୍ୟାୟାଳୟକୁ ଉଡାଇ ଦେବାକୁ ଧମକ । ଏହା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ଜଣେ ଅଜଣା ବ୍ୟକ୍ତି ନିଜକୁ ଇଣ୍ଟରନ୍ୟାସନାଲ ଖାଲିସ୍ତାନ ସପୋର୍ଟ ଗ୍ରୁପ ର ସଦସ୍ୟ ବୋଲି କହିଛି । ଏହା ସହିତ ସେ କହିଛି ଯେସ, ଆସନ୍ତା 30 ତାରିଖରେ ମାଡ୍ରାସ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମଧ୍ୟ ଦେଇଛି।
ଏହି ଧମକ ମିଳିବା ପରେ ଏକ ଉଚ୍ଚ ସ୍ତରୀୟ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପୋଲିସ ପ୍ରଶାସନ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ବୈଠକ ପରେ ବାର ଆସୋସିଏସନକୁ କହିଥିଲେ ସମସ୍ତ ଓକିଲ, ବିଚାରକ ଓ କୋର୍ଟକୁ ଆସୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଗାଡ଼ି ଚେକିଂ କରାଯିବ।
ଏହା ସହିତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ କହିଛି।