ETV Bharat / bharat

2ୟ ଦିନରେ ଚଢାଉ ଜାରି: ଗେହଲଟଙ୍କ ସମ୍ପର୍କୀୟଙ୍କ ଉପରେ ଆୟକର ବିଭାଗର ନଜର - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ରାଜସ୍ଥାନରେ ଆୟକର ବିଭାଗର ଚଢାଉ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ବିଭାଗର ଦଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟସ୍ଥ ଅନେକ ସ୍ଥାନରେ କାଗଜପତ୍ର ଯାଞ୍ଚ କରୁଛନ୍ତି।

ଆୟକର ବିଭାଗର ନଜର
ଆୟକର ବିଭାଗର ନଜର
author img

By

Published : Jul 14, 2020, 12:07 PM IST

ଜୟପୁର: ରାଜସ୍ଥାନରେ ଆୟକର ବିଭାଗର ଚଢାଉ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ବିଭାଗର ଦଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟସ୍ଥ ଅନେକ ସ୍ଥାନରେ କାଗଜପତ୍ର ଯାଞ୍ଚ କରୁଛନ୍ତି। ମଙ୍ଗଳବାର ଅଜମୈରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିବା ଜଣାପଡିଛି । ଅଜମୈରାଙ୍କ ବ୍ୟବସାୟ 3 ଗୋଷ୍ଠୀର ବ୍ୟବସାୟୀଙ୍କ ସହ ଜଡିତ। ସି-ସ୍କିମ୍ ଅନୁସନ୍ଧାନ କରାଯାଉଛି।

ସୂଚନାଯୋଗ୍ୟ, ଜୁଲାଇ 13 ରେ ଆୟକର ବିଭାଗ ଅଶୋକ ଗେହଲଟଙ୍କ ନିକଟବର୍ତ୍ତୀ ବୋଲି କୁହାଯାଉଥିବା ରାଜୀବ ଆରୋରା ଓ ଧର୍ମେନ୍ଦ୍ର ରାଠୋରଙ୍କ ଘର ଓ ଅଫିସର ଚଢାଉ କରିଥିଲା। ରାଜୀବ ଆରୋରା ଅଳଙ୍କାର ସଂସ୍ଥା ଅମ୍ରାପାଲିର ମାଲିକ ଅଟନ୍ତି। ଏମାନଙ୍କ ବ୍ୟତୀତ ଓମ ମେଟାଲ୍ସ ମ୍ୟାନେଜିଂ ଡାଇରେକ୍ଟର ସୁନୀଲ କୋଠାରୀଙ୍କ ଉପରେ ମଧ୍ୟ ଚଢାଉ କରାଯାଇଛି। କୋଠରୀ ମଧ୍ୟ ଗେହଲଟଙ୍କ ନିକଟତର ବୋଲି କୁହାଯାଉଛି ।

ସିବିଡିଟି ମୁଖ୍ୟାଳୟ ଅନୁଯାୟୀ, ଆୟକର ଦଳ 3 ଟି ବ୍ୟବସାୟ ଗୋଷ୍ଠୀର 33 ଟି ସ୍ଥାନରେ ଚଢାଉ କରିଛି। ଏହି ଚଢାଉରେ ବିଭାଗ ନକଲି ଦଲିଲ, ଡାଏରୀ ଓ ଡିଜିଟାଲ୍ ତଥ୍ୟ ହାତେଇଛି । ସମ୍ପତ୍ତି, ନଗଦ ଟଙ୍କା ବିନିଯୋଗର ପ୍ରମାଣ ମିଳିଛି । ଏହି ଟିମ୍ ବେଆଇନ ନିବେଶର ପ୍ରମାଣ ମଧ୍ୟ ପାଇଛି। ହୋଟେଲ, ହାଇଡ୍ରୋ ପାୱାର, ମେଟାଲ୍, ଅଟୋ ସେକ୍ଟର, ରୂପା ଅଳଙ୍କାର, ପ୍ରାଚୀନ ସାମଗ୍ରୀ ଓ ଅନ୍ୟାନ୍ୟ କ୍ଷେତ୍ରର ବ୍ୟବସାୟରେ ଚଢାଉ କରାଯାଇଛି। ବ୍ରିଟେନ ଓ ଆମେରିକା ସମେତ ଅନେକ ଦେଶରେ ସେମାନଙ୍କର ବ୍ୟବସାୟ ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.