ETV Bharat / bharat

ଆପକୁ ପୁଣି ଝଟକା, ବିଜେପିରେ ମିଶିଲେ ବିଧାୟକ - AAP

ଦିଲ୍ଲୀରେ ଆପକୁ ଲାଗିଲା ଝଟକା । ଆପ ବିଧାୟକ ଦେବେନ୍ଦ୍ର ସିଂ ଶେରାୱାତ ବିଜେପିରେ ସାମିଲ ହୋଇଛନ୍ତି । ବିଗତ ସପ୍ତାହରେ ଆପକୁ ଝଟକା ଦେଇ ଅନୀଲ ବାଜପେୟୀ ବିଜେପିରେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 6, 2019, 10:59 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍)କୁ କ୍ରମାଗତ ଝଟକା ପରେ ଝଟକା ମିଳି ଚାଲିଛି । ବିଗତ ସପ୍ତାହରେ ଆପର ଜଣେ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ଆଜି(ସୋମବାର) ପୁଣି ଆପ ବିଧାୟକ ଦେବେନ୍ଦ୍ର ସିଂ ଶେରାୱାତ ବିଜେପିରେ ସାମିଲ ହୋଇଛନ୍ତି ।

ବିଗତ ସପ୍ତାହରେ ଆପକୁ ଝଟକା ଦେଇ ଅନୀଲ ବାଜପେୟୀ ବିଜେପିରେ ଯୋଗ ଦେଇଥିଲେ । ଆଜି ଦେବେନ୍ଦ୍ର ସିଂ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିର ହାତ ଧରିଛନ୍ତି । ସେ ଦିଲ୍ଲୀର ବିଜୱାସାନ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।

ଏହି ଅବସରରେ ଶେରାୱାତ କହିଛନ୍ତି ଯେ ଆପର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ମୁଁ ଜଣେ ଥିଲି । ବିଗତ ୩ ବର୍ଷରୁ ମୁଁ ଅପମାନିତ ହେଉଥିଲି । ମୋ ବିଧାନସଭା କ୍ଷେତ୍ରକୁ ଅଣାଦେଖା କରାଯାଉଥିଲା । ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଶେରାୱାତଙ୍କୁ ଆପ ୨୦୧୬ରେ ନିଷ୍କାସିତ କରିଥିଲା ।

Intro:Body:

fd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.