ପାଟନା: ବିହାର ବେତିଆ- ମୋତିହାରି ଜାତୀୟ ରାଜପଥ 727ରେ ସ୍କର୍ପିଓ- ଅଟୋ ମୁହାଁମୁହିଁ ଧକ୍କା । ଦୃତଗତିରେ ଆସୁଥିବା ସ୍କର୍ପିଓଟି ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଥିବା 5 ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଆଉ ଦୁଇ ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପଟେ ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ 2 ଜଣ ଶିଶୁ ଏବଂ ଜଣେ ବୃଦ୍ଧା ଥିବା ସୂଚନା ମିଳିଛି ।