ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଅଧୀନରେ ଥିବା ବିଜ୍ଞାନ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗ (DSIR) ସହିତ ଜଡିତ ଜିସିସି ବାୟୋଟେକ୍ (ଭାରତ) ପ୍ରାଇଭେଟ ଲିମିଟେଡ୍ କମ୍ପାନୀ କୋରୋନା ମହାମାରୀକୁ ଜନ୍ମ ଦେଇଥିବା ସାର୍ସ କୋଭିଡ-2 (SARS-Cove-2) ସୃଷ୍ଟି କରୁଥିବା ରିବୋ ନ୍ୟୁକ୍ଲିୟିକ୍ ଏସିଡ୍(RNA) ଏକ ପରୀକ୍ଷା କିଟ୍ ପ୍ରସ୍ତୁତ କରିଛନ୍ତି ।
କମ୍ପାନୀ ମୁଖପାତ୍ର ତଥା ଅନୁସନ୍ଧାନ ଏବଂ ବିକାଶ ବିଭାଗର ମୁଖ୍ୟ ଡାକ୍ତର ଅଭିଜିତ ଘୋଷ ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି କିଟର ନାମ ଡିଆଇଏଜିଏସସ୍ୟୁର ଏନ Cove-19 ରଖାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କିଟ୍ ମଧ୍ୟ ଅନୁମୋଦନ ହୋଇଛି । କୋଭିଡ୍-19 ପରୀକ୍ଷା କରିବା ପାଇଁ ଏହି କିଟ୍ ବୋଧହୁଏ ଦେଶର ସବୁଠାରୁ ଶସ୍ତା କିଟ୍ । ଏହାର ମୂଲ୍ୟ 500 ଟଙ୍କା ଧାର୍ଯ୍ୟ ହୋଇଚି । 90 ମିନିଟ ମଧ୍ୟରେ ଏହାର ଭାଇରସ ଚିହ୍ନଟ କରିବାର କ୍ଷମତା ଅଛି । ଏହି କିଟ ଗୁଣ ଉତ୍ତମ ଗୁଣ ବିଶିଷ୍ଟ ।
ଏହି କିଟ୍ ର ବିକାଶ ଦେଶରେ ଅନୁସନ୍ଧାନର ଗତିକୁ ତ୍ୱରାନ୍ୱିତ କରିବାରେ ସାହାର୍ଯ୍ୟ କରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କିଟ୍ ପ୍ରସ୍ତୁତ କରାଯାଇଛି।
ଡାକ୍ତର ଘୋଷ କହିଛନ୍ତି ଯେ, ଅନ୍ତର୍ଜାତୀୟ ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ କୋଭିଡ-19 ଟେଷ୍ଟ କିଟ୍ ଆମଦାନୀ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଏହା ବ୍ୟତୀତ ବିଦେଶୀ କିଟ୍ ଗୁଡିକର ପରୀକ୍ଷା ରିପୋର୍ଟରେ ମଧ୍ୟ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏସବୁକୁ ଦୃଷ୍ଟିରେ ରଖି ଦେଶରେ ନିଜେ ଟେଷ୍ଟ କିଟ୍ ବିକଶିତ କରିବାର ଆବଶ୍ୟକତା ରହିଲା ଯାହା ଦ୍ବାରା କୋରୋନା ତଦନ୍ତ ତ୍ୱରାନ୍ୱିତ ହୋଇପାରିବ।
ଦୁଇ ମାସ ପରିଶ୍ରମ ପରେ ଭାରତୀୟ ଯୁବ ବୈଜ୍ଞାନିକମାନଙ୍କ ଏକ ଟିମ୍ ଦ୍ୱାରା ଏହି କିଟ୍ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, କମ୍ପାନୀ ଏକ ମାସରେ ଏକ କୋଟି ଟେଷ୍ଟ କିଟ୍ ଉତ୍ପାଦନ କରିବାର କ୍ଷମତା ରଖିଛି।