ETV Bharat / bharat

2019 ନଭେମ୍ବରରୁ ଭାରତରେ କୋରୋନା ସଂକ୍ରମଣ ବ୍ୟାପିଛି: ବୈଜ୍ଞାନିକ

ଭାରତରେ କୋରୋନା ଭାଇରସ 26 ନଭେମ୍ବରରୁ 25 ଡିସେମ୍ବର ମଧ୍ୟରେ ବ୍ୟାପିଥିବା ମୋଷ୍ଟ ରିସେଣ୍ଟ କମନଏସେନଷ୍ଟର (ଏମଆରସିଏ) ଆକଳନ କରିଛି । ଏହା ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ସେଲୁଲର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି କେନ୍ଦ୍ରର ବୈଜ୍ଞାନିକ କହିଛନ୍ତି ।

author img

By

Published : Jun 4, 2020, 5:06 PM IST

scientist
2019 ନଭେମ୍ବରରୁ ଭାରତରେ କୋରୋନା ସଂକ୍ରମଣ ବ୍ୟାପିଛି

ହାଇଦ୍ରାବାଦ: 2019 ନଭେମ୍ବର-ଡିସେମ୍ବର ମାସରୁ ଭାରତରେ କୋରୋନା ସଂକ୍ରମଣ ବ୍ୟାପିଥିବା ଭାରତୀୟ ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଭାରତରେ କୋରୋନା ଭାଇରସ 26 ନଭେମ୍ବରରୁ 25 ଡିସେମ୍ବର ମଧ୍ୟରେ ବ୍ୟାପି ଥିବା ମୋଷ୍ଟ ରିସେଣ୍ଟ କମନଏସେନଷ୍ଟର (ଏମଆରସିଏ) ଆକଳନ କରିଛି । ଏହା ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ସେଲୁଲର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି କେନ୍ଦ୍ରର ବୈଜ୍ଞାନିକ କହିଛନ୍ତି ।

ଦେଶର ସର୍ବୋଚ୍ଚ ରିସର୍ଚ୍ଚ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଉହାନରୁ ଉତ୍ପନ୍ନ ହୋଇଥିବା କୋରୋନା ଭାଇରସର ପ୍ରଥମ ଭାଇରସ 2019 ଡିସେମ୍ବର 11 ସୁଦ୍ଧା ବ୍ୟାପିଯାଇଥିଲା । ଏମଆରସିଏ ନାମକ ଏକ ଟେକନିକ୍ ବ୍ୟବହାର କରି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ତେଲେଙ୍ଗାନା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟରେ ବ୍ୟାପୁଥିବା ଏହି ଭାଇରସ ନଭେମ୍ବର 26 ରୁ ଡିସେମ୍ବର 25 ମଧ୍ୟରେ ବ୍ୟାପିଥିଲା।

ଭାରତରେ କୋରୋନାର ପ୍ରଥମ ମାମଲା ଜାନୁଆରୀ 30ରେ କେରଳରେ ପଞ୍ଜିକୃତ ହୋଇଥିଲା । ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛୁ ଯେ କଣ ଜାନୁୟାରୀ ମାସ ପୂର୍ବରୁ ଦେଶରେ କୋରୋନା କାୟା ବିସ୍ତାର କରିଥିଲେ । ତେବେ ଏ ସମ୍ପର୍କରେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ । କାରଣ ସେହି ସମୟରେ ଦେଶରେ ବହୁତ କମ କୋରୋନା ପରୀକ୍ଷା ହେଉଥିଲା ।

ସିସିଏମବିର ବୈଜ୍ଞାନିକମାନେ କେବଳ କୋରୋନା ଭାଇରସ ସମୟ ଆକଳନ କରିନାହାଁନ୍ତି ବରଂ ଏକ ନୂଆ ଷ୍ଟୋନ ମଧ୍ୟ ଚିହ୍ନଟ କରିଛନ୍ତି | ବୈଜ୍ଞାନିକମାନେ କୋରୋନାର ନୂଆ ଷ୍ଟୋନକୁ କ୍ଲେଡ ଆଇ/ ଏ3ଆଇ ନାମ ଦେଇଛନ୍ତି । ଏହି ନୂଆ ଷ୍ଟୋନ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ଦିଲ୍ଲୀ ସମେତ ସମଗ୍ର ଦେଶରେ କ୍ରମାଗତ ବ୍ୟାପିବାରେ ଲାଗିଛି ।

ସିସିଏମବି ନିର୍ଦ୍ଦେଶକ ଡ. ରାକେଶ କେ ମିଶ୍ର କହିଛନ୍ତି ଯେ, ଭାରତରେ ରିପୋର୍ଟ ହୋଇଥିବା ପ୍ରଥମ କୋରୋନା ମାମଲା ଉହାନ ସହର ସହ ଜଡିତ ଥିଲା । କିନ୍ତୁ ହାଇଦ୍ରାବାଦରେ କୋରୋନାର ଯେଉଁ ନୂଆ ଷ୍ଟୋନ ଚିହ୍ନଟ ହୋଇଛି ତାହାର ଉତ୍ପତ୍ତି ସ୍ଥଳ ଚୀନ ସହ ଜଡିତ ନୁହେଁ । ଏହି ଷ୍ଟ୍ରେନର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆର କୌଣସି ଦେଶ ସହିତ ଜଡିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.