ETV Bharat / bharat

କୋରୋନା କଟକଣାରେ ଆଜିଠୁ 10ଟି ରାଜ୍ୟରେ ଖୋଲିବ ସ୍କୁଲ

author img

By

Published : Sep 21, 2020, 7:31 AM IST

କୋରୋନା ସଙ୍କଟ ମଧ୍ୟରେ ଅନଲକ୍ -4 ଅଧିନରେ ଅନେକ ଜିନିଷରେ ଆଶ୍ବସ୍ତି ମିଳିବାକୁ ଥିବାବେଳେ ଆଜିଠାରୁ 10ଟି ରାଜ୍ୟରେ ସ୍କୁଲ ଖୋଲିବ ।

ଆଜିଠୁ 10ଟି ରାଜ୍ୟରେ ଖୋଲିବ ସ୍କୁଲ
ଆଜିଠୁ 10ଟି ରାଜ୍ୟରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ 10ଟି ରାଜ୍ୟରେ ଖୋଲିବ ସ୍କୁଲ । କୋରୋନା ସଙ୍କଟ ମଧ୍ୟରେ ଅନଲକ୍ -4 ଅଧିନରେ ଅନେକ ଜିନିଷରେ ଆଶ୍ବସ୍ତି ମିଳିବାକୁ ଥିବାବେଳେ ଆଜିଠୁ 10ଟି ରାଜ୍ୟରେ ସ୍କୁଲ ଖୋଲିବ ।

ସୋମବାର ଠାରୁ ଦେଶର 10ଟି ରାଜ୍ୟରେ ସତର୍କତା ସହିତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବ। ବିହାର, ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମେଘାଳୟ, ନାଗାଲାଣ୍ଡ 50-5 ବିଦ୍ୟାଳୟ ଖୋଲିବ। ଏଥିସହିତ ୟୁପି, ଝାଡଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ପଶ୍ଚିମବଙ୍ଗର ବର୍ତ୍ତମାନ ସ୍କୁଲ ଖୋଲିବାର ଆଶଙ୍କା ନାହିଁ ।

ବିଦ୍ୟାଳୟରେ କଣ ରହିଛି ନିୟମ...

ତେବେ କେବଳ 50% ଶିକ୍ଷକ ଏବଂ କର୍ମଚାରୀଙ୍କୁ ନେଇ ସ୍କୁଲ ଖୋଲିବ । ଅଭିଭାବକମାନଙ୍କ ଲିଖିତ ଅନୁମତି ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିପାରିବେ । ବିଦ୍ୟାଳୟରେ ମାସ୍କ ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହେବ । ବିଦ୍ୟାଳୟ ଫାଟକରେ ଥର୍ମାଲ୍ ସ୍କ୍ରିନିଂ ହେବ । ବର୍ତ୍ତମାନ କେବଳ ନନ କଣ୍ଟେନମେଣ୍ଟ ଜୋନରେ ହିଁ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ବିଦ୍ୟାଳୟଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ପ୍ରବେଶ ଅନୁମତି ଦିଆଯିବନାହିଁ । ବିଦ୍ୟାଳୟ ଯାଉଥିବା ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ ।

ସେହିପରି ସୋମବାର ଠାରୁ ସାଂସ୍କୃତିକ, ମନୋରଞ୍ଜନ, ଧାର୍ମିକ, ରାଜନୈତିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ 100 ଲୋକଙ୍କୁ ମାସ୍କ ପିନ୍ଧି ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ଏହି ସମୟ ମଧ୍ୟରେ ସାମାଜିକ ଦୂରତା, ଥର୍ମାଲ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସୋମବାର ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.